Abhaya Kumar Pradhan

Abhaya Kumar Pradhan Poems

ଆଜି ସକାଳ ଵର୍ଷା ଧୋଇଛି
ଆମ ସଂପର୍କର ଧଳା ସାର୍ଟରୁ ଅଵିଶ୍ଵାସର ନୀଳ ଛିଟା
କାଲି ରାତିରୁ ଉଠୁଥିଵା ଅଵସମ୍ଭାବି ଝଡ
ଏଵେ ଶାନ୍ତ, ନାହିଁ ତା ରକ୍ତରେ ଆଉ ଉତ୍ତେଜନା
...

ତୁମର ସଵୁ ଅଭିମାନ
ସୁଦୁ ପିଲାଳିଆମୀ
ବାପ୍ ରେ! ରାଗିଯାଅ
ଛୋଟଛୋଟ କଥାରେ
...

ରାତି ସାରା କଡଲେଉଟାଇ
ସକାଳୁ ଦେହ-ହାତ ଦରଜ
ତାଜା ଅଛି ହୃଦୟର କ୍ଷତ ଭରିନି ଏଵେ
ସ୍ମୃତିରେ ସ୍ପଷ୍ଟ ତୁମେ ଲିଭିନ ଏଵେ
...

ଦେଖୁଛି ମୁଁ କାନ୍ଥରେ
ଛାଇ ନାଚିଵାର
ଆଜି କିଆଁ ଏତେ
କୋଳାହୋଳ ଭରା ଘର?
...

ମୁଁ, ତୁମେ, ଆଉ ଆମ ଭିତରେ ସେ ।
ତାକୁ ଗୋଟାପଣେ କାଢ଼ି ପାରେନି
ଅଵା ଵୁଝି ପାରେନି ସମ୍ପୂର୍ଣ୍ଣ ରୂପେ
ଵହୁରୁପୀ, ଵେଶ ଵଦଳାଇ,
...

ମୋର ସଵୁ ପ୍ରତୀକ୍ଷା କଣ ତୁମଠି ସରେ?
ଆଵେଗ, ଭାଵନା, ଆକାଂକ୍ଷା ଓ ନିଃଶ୍ୱାସ
ସଭିଏଁ ଉନ୍ମାଦିତ! ସଭିଏଁ ଆତଙ୍କିତ!
ମୁଁ ତୁମକୁ ଛୁଇଁଵା ପାଇଁ କେତେ ଆତ୍ମହରା
...

କେତେ ସହଜରେ କହିହୁଏ
ମୁଁ ଯାହା କହିଲି, ସବୁ ମଜାକ୍ ଥିଲା
ଖୁବ୍ ଛୋଟ ସ୍ମିତହାସ୍ୟର ଆଢ଼ୁଆଳେ
ହେଲେ ଗୁଡ୍ ନାଇଟ୍ କହି ଫୋନ୍ କାଟିଲା ପରେ
...

ନିସ୍ତେଜ ହୋଇ ଆସୁଥିବା ମୋ ଦେହନେଇ
ନିଦଗ୍ରସ୍ତ ଆଖି ଦୁଇ ସାମ୍ନା କରିବାକୁ ପ୍ରସ୍ତୁତ
ମୃତ୍ୟୁ କୁ - ଥୁରୁ ଥୁରୁ ହାତରେ ବାଡି ଖଣ୍ଡେ ଧରି
ସେତା ପଡିଥିବା ଫଟା ଓଠ ଧାରେ
...

ସାବିତ୍ରୀ ସାବିତ୍ରୀ......

ତୁମ ଅଳସ ଆଖିରେ
ମୋତେ ନେଇ ସ୍ୱପ୍ନ ସବୁ ସତଲାଗେ
...

Abhaya Kumar Pradhan Biography

I am working as a research scholar in the University of Hyderabad. I do Computer Science for livelihood but find peace in literature. I love to read poetry, novels and short stories in both Odia & English.)

The Best Poem Of Abhaya Kumar Pradhan

ସକାଳ ଵର୍ଷା - The Morning Rain

ଆଜି ସକାଳ ଵର୍ଷା ଧୋଇଛି
ଆମ ସଂପର୍କର ଧଳା ସାର୍ଟରୁ ଅଵିଶ୍ଵାସର ନୀଳ ଛିଟା
କାଲି ରାତିରୁ ଉଠୁଥିଵା ଅଵସମ୍ଭାବି ଝଡ
ଏଵେ ଶାନ୍ତ, ନାହିଁ ତା ରକ୍ତରେ ଆଉ ଉତ୍ତେଜନା
ଦେଖୁନ, ଆକାଶଟା ଭାରି ନିର୍ମଳ
ନାହିଁ ତାର ପୃଥିବୀ ସହ ମିଶିଵାର ଅବଶୋଷ
ବୋଧେ ସେ ଜାଣି ଯାଇଛି
ପ୍ରତି ଵର୍ଷା ଵିନ୍ଦୁ ମାଟିକୁ ଚୁମିଲା ଵେଳେ
ସେ ଛୁଏଁ ମାଟିକୁ ସନ୍ତର୍ପଣରେ,
ଜଳି ଯାଏ କାମନାର ଶୀତଳ ସ୍ପର୍ଶରେ
ଏତେ ପାଖରେ, ଏତେ ନିକଟରେ
ପାଏ ପୃଥିବୀକୁ, ହଁ ତାର ଅବୁଝା ପ୍ରେମିକା - - -(1)

ଵର୍ଷା ଛିଟାରେ ସବୁ ଓଦା ଓଦା
ମନରେ ସାଇତା ତୁମ ସ୍ମୃତି ବି ଆଦ୍ର
ମୋ ଦେହକୁ ଜାଳିଦେଇ ଯାଉଥିବା
ଆଦ୍ର ଶୀତଳ ପବନରେ
ଅନୁଭବ କରିପାରେ ତୁମ ଦେହର ଉଷୁମ ଛୁଆଁ
ମନେ ଅଛି ତୁମର! କେତେ ବର୍ଷା ରାତି କାଟିଛେ,
ଆମେ ଦୁହେଁ ମୋ ରୁମରେ
ସେକିଛେ ଦେହ, ଜାଳି ପଵିତ୍ର କାମନା ନିଆଁ
ଲିଭିନି ତୁମେ ଦେଇଥିବା ମିଠା ଦାଗ ମାନ
ଦୁହେଁ ଦୁହିଁଙ୍କ ଦୋଷୀ,
ହେଲେ କାରାଵାସ କାହିଁକି ମୋ ଭାଗରେ?
ମୁକୁଳିଗଲ ତୁମେ, ଏତେ ସହଜରେ
ପ୍ରଣୟ-ପ୍ରତାରଣା, ବିଶ୍ୱାସ-ଅଵିଶ୍ଵାସ ର ଦିଲୀଲ୍ ଦେଇ
ବନିଗଲ ନିରୀହ, ସାଜିଗଲି ମୁଁ ବେଇମାନ୍, ନିଷ୍ଠୁର - - -(2)

ତୁମେ ନିଶ୍ଚୟ, ଠିଆ ହୋଇଥିବ ବାଲକୋନୀରେ
ଭିଜିଥିବ କାଳବୈଶାଖୀ ବର୍ଷାରେ
ବାହାରକୁ ହାତ ବଢ଼େଇ ଆଞ୍ଜୁଳୀରେ ଭରିଥିବ
ବୁନ୍ଦା ବୁନ୍ଦା ବର୍ଷା; ଏ ତ ତୁମ ଅଭ୍ୟାସ୍,
ବଦଳିଛ ତୁମେ, କିନ୍ତୁ ବଦଳି ପାରେନା
ତୁମ ଅଭ୍ୟାସ୍ ଏତେ ସହଜରେ!
ବର୍ଷାରେ ଭିଜିଛି ତୁମ ଅଭିମାନୀ ମନ
ସତ ବାରଣ ସତ୍ତ୍ୱେ, ଗ୍ଳାନିର ଅଗ୍ନି ରେ
ତରଳିଛି ତୁମ ଅଭିମାନର ତୁଷାରଗରି
ମେସେଜ୍ ଦେଇଛ ତୁମେ WhatsApp ରେ
ଡାକିଛ ଧଉଳିଗିରି,
ଯେଉଁଠି ଦିନେ ତୁମକୁ ହାତପାତି ମାଗିଥିଲି ତୁମକୁ
ସାତ ଜନ୍ମର ସାଥୀ ହେବା ପାଇଁ,
ତୁମ କୋଳରେ ମୁଣ୍ଡ ରଖି ଦେଖି ଥିଲି
ଅନେକ ସୁନେଲି ସ୍ୱପ୍ନ, ମୁଁ ଅବୁଝା ହଲେ
ମନେଇଛ ତୁମେ କେତେ ରାଣ ଦେଇ, ମନେ ଅଛି ସବୁ!
ହଁ! ପ୍ରମରେ ତ ଆସେ ଏମିତି ଜୁଆର ଭଟ୍ଟା
ଆଜି ସକାଳ ଵର୍ଷା ଧୋଇଛି
ଆମ ସଂପର୍କର ଧଳା ସାର୍ଟରୁ ଅଵିଶ୍ଵାସର ନୀଳ ଛିଟା - - -(3)

Abhaya Kumar Pradhan Comments

Subhas Chandra Chakra 04 March 2018

Dear poet, please keep on writing, on a regular basis. You would find a lot many reders across the globe who love our language so much. You will be surprised to discover this soon.

1 0 Reply

Abhaya Kumar Pradhan Popularity

Abhaya Kumar Pradhan Popularity

Close
Error Success