କେତେ ହାଟ କେତେ ନାଟ,
କେତେ ଚାଟ କେତେ ବାଟ ।
ଆଉ ଆମେ ଦେଖାଉଛୁଁ
କେତେ ହଟଚମଟ ।
ତୁଚ୍ଛାକୁ ପୁଣି କହୁଛୁଁ କେତେକଣ
ଯାହାର ଫଳାଫଳ ସବୁଶୂନ୍ୟ ।
ହେଲେ ହେଉ ନ ହେଲେ ନାହିଁ କହି
ଫେରି ବି ହୁଏ ନି ଯୋଉଠୁ ।
ଯାହା ବି ହେଉ, ହାଟ ମଝିରେ
ଆମକୁ କହିଦେବାକୁ ହେବ, ଦେଖ
ସତର୍କ ସରିବାକୁ ଆଉ ବେଳ ନାହିଁ ବାଟ ।
ଯାହା ବି ହୋଇଛି ଆମ ପାଇଁ ଯଥେଷ୍ଟ,
ଆଉ ଆମେ ଆପୋଷ ସମାଧାନ ପାଇଁ
ବ୍ୟଗ୍ର, କହିଦେଇ ନିରାଟ ସତ୍ୟ - ମୁରାଟ।
This poem has not been translated into any other language yet.
I would like to translate this poem