ଇ ବେଲାବେଲି
ଗଜାନନ ମିଶ୍ର
କେନଆଡକେ ହେମି
ନେଇଁ ଭାବ,
ମୁଦଲକେ ପକଡେଇ ରଖ।
ହେତାର ହେତାର
ସୁତରେ ସୁତରେ
ଘିଚି ନେବା ହେଟା
ଦମଧରି ଖାଲି ଥ।
କାହାରିରଟା
ନେଇଁସେ କିଛୁ,
ମସ୍ତି କରବାର ଅଛେ
ଜଦର ଭି
ନେଇଁ ନ ମନା।
ୟାଦ ରଖ, ପାସେ
ରହେ ନେଇଁ
କେଭେ ଭି ସମିଆଁ।
ଆରୁ ଆରୁଥି
ପାଏବ କାଣା?
ନେଇଁ ହୁଅ ବନା।
ଲଢବ ଜେତକି
ଜିତବ ହେତକି।
ଅପନାର ସମିଆଁକେ
ଅଛେ ଜିତବାର।
ଲେଁଜଧରିକରି
ଛେଟେନଟେ ପକାଲେ
ସୁଇ ନି ପଡ ମୋର ବୁଆ।
ହେଟା ଜି ଛେ
ସଫା ସବୁ ଶକତି
ତମରନିକେ।
ଉଠ ଆରୁ ପକ ନ
ଇ ବେଲାବେଲି ପାହାକେ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
19/8/2019
This poem has not been translated into any other language yet.
I would like to translate this poem