ବର୍ଷାରେ
ଲାଗିବା କଥା ଖୁସି,
ଲାଗୁଛି କିନ୍ତୁ ବିରକ୍ତ ।
ଲାଗୁଛି, ପଳାନ୍ତି କୁଆଡେ ନା କୁଆଡେ ।
କିନ୍ତୁ ଯିବି କୁଆଡେ?
କୋଉଠି ଆଉ ଅଛି କଣ?
ଆହୁରି ଆହୁରି ଅଛି ଅନ୍ଧାର,
ଆହୁରି ଆହୁରି ଅଛି କାଦୁଅ ।
ହେଉ ନି ବୁଝି ଜୀବନର ଅର୍ଥ,
ନା ମୁଁ ବଂଚି ନ ଜାଣି
ଯାହା ତାହା ବକୁଛି ଯୋଉ ସବୁ
ତଷୁ କୁଟା, ମୂଲ୍ୟହୀନ ।
ଲାଗୁଛି ମୁଁ ଅଂଶଟିଏ ବର୍ଷାର,
କଚାଡି ପଡୁଛି ମାଟି ଉପରେ
ଆଉ ଦେଉଛି ହଜାଇ
ମୋ ନିଜ ଅସ୍ତିତ୍ଵ ।
ମେଘ ଘଡଘଡି ବିଜୁଳି ଆଲୁଅରେ
ଯାଉଛି ମିଳାଇ ଆଉ କୋଉଠି,
ପାଉ ନି କିଛି ଠିକଣା କାହାର ।
କହୁଛି ନିଜକୁ ନିଜେ, ହେଃ,
ସତର୍କ, ପବନ ପାଣି ଭିତରେ
ସବୁ ହେବ ଏମିତି ଅସ୍ତମିତ ।
ମୁଁ ନ ଥିବି ମୁଁ ହୋଇ
ବର୍ଷା ନିଜେ ଯାଇଥିବ ରହି ମନମାରି ।
କୋଉଠି କୋଉ ଜାଗା ଅଛି
ଯିବି ଟିକିଏ ସେଇଠି ମରି ।
This poem has not been translated into any other language yet.
I would like to translate this poem