ସମୁଦର ଖୁଜୁଛେ ପାଏନ୍,
ଆରୁ ତୁଇ ଖୁଜୁଛୁ ମକେ, ଜାନିଛେଁ ।
ଆଏବୁ ତୁଇ, ମୋର ଭାବବାର୍ ନେଇଁ ।
କେତେବେଲେ ବଲୁଆ କିଏ
ହାଲହିସାବ କରମା ହେତାର ଉପରେ ପଛକେ ।
ପାସକେ ଆସଲେ ସାମିଲ ହେମା ଛନେକ୍
ଆରୁ ଜିମା ବାଂଚି ଆରୁ ଘଡେ ଛନେକ୍ ।
ଜାନିଛୁ? ଆମର ଇ ତରଫେ
ଏଭେ ବୁଲୁଛନ୍ ବାଘଭାଲୁ ।
ହେଲେ ଡରବାର ନେଇଁ ନ କିଛୁ,
ମୁଇଁ କେନ କମ ଜେ ହେମାନକର ଠାନୁ!
ଆଏବୁ ତୁଇ, ଦେଖବୁ
କେନ୍ତା ଅଛେଁ ମୁଇଁ ଇନ ଆରୁ
ଜାତରା କରୁଛେଁ ଆଖିର୍ ଜାତରା ଇନୁ ।
This poem has not been translated into any other language yet.
I would like to translate this poem