1.
ନୁହଁ ମୁଁ ଭାଷାର ଦଲାଲ,
ନୁହଁ ମୁଁ ଚାଟୁକାର ଭିତରୁ ଜଣେ।
ଆସିଛି କିନ୍ତୁ ଏଠିକୁ
ଦେବାକୁ ଏକ ଜରୁରୀ ଖବର,
ରହିଛି ଯୋଉଠି ଅସ୍ତିତ୍ୱ ତୁମ ନିଜର।
ପାରିନି ରହି ମୌନ,
ଦୋଷ ଯଦି ଏହା, କ୍ଷମାକର।
ବାଚାଳଙ୍କ ପରି ଯାଉ ନି କହି,
ଚୁମ୍ୱକରେ କରୁଛି ପ୍ରକାଶ ସତ ।
ବାଧ୍ଯ ତୁମେ କରିବାକୁ ବିଶ୍ବାସ ।
ଆଉ କହୁଛି ସ୍ଥିର ହୃଦୟରେ
କେମିତି ହେବ ହଟେଇବାକୁ କୁହୁଡି ପ୍ରସ୍ତ।
ଭଦ୍ରଲୋକ ଯଦି ତୁମେ, ଉଠିପଡ
ବସିଲାଜାଗାରୁ, ଶୋଇଲାଖଟରୁ,
ଦିଅ ତେଜେଇ ନିଜ ଭିତରର ଜଳନ୍ତା ଶିଖାକୁ।
ଜାଣେ, ମୋ ଭାଷା ପହଂଚିବ
ଯେମିତି ହେଉ ତୁମ ପାଖକୁ।
ଆଉ ତୁମେ ହେବ ଅସ୍ଥିର।
ଫାଟିବ ଆକାଶ, ଦିଶିବ ଦୃଶ୍ଯ,
ଥିବ ଯୋଉଥିରେ ନୂଆ ଜୀବନର ଆଭାସ।
2.
ପାଇଛି ମୁଁ ମତେ ଖୋଜି
ଏଇଠି।
ଏଇଠି, ଯୋଉଠି
ନିଜକୁ ଦେଇଛି ହରାଇ।
ଦେଖି ନି ରଙ୍ଗ
ସୂର୍ଯ୍ୟର ଦେହରେ,
ଘନେଇ ରହିଛି ରାତି।
ଅଙ୍ଗୀକାରରେ
ଫାଟିଛି ପାଣି।
ନୁହଁ ମୁଁ ଏକେଲା,
ନୁହଁ ବି ଚିତ୍ରିତ।
ଯାହାକୁ ନେଇ ମୁଁ କ୍ରୀଡାରତ
ଅନ୍ୟ କେହି ନୁହଁ, କେବଳ ମୋ ଭାଷା।
ୟାକୁ ଇ ନେଇ ଏତେ ଲୋକହସା।
This poem has not been translated into any other language yet.
I would like to translate this poem