ଗୋଡ ଦୁଇଟା
ଗଜାନନ ମିଶ୍ର
ଭାଗୁଛେ,
ନେଇଁ ଦେଖବାର ଆରୁ କାହାକେ,
ଏକ ଲଁହସି ଭାଗୁଥିବା
ହେ ଗୋଡ ଦୁଇଟାକେ
ଦିସୁଛେ କି ନେଇଁ ଏତକିବେଲକେ!
କିଁଦରି କିଁଦରି ଭାଗୁଛେ
କାହିଁରଟା କାହିଁ,
ଛୁଅଁ ନେଇଁ!
ସାନସୁରୁଟା ହେଇଥିଲେ
ଖପୋ ବେଟି ଥିତ!
ଫୁଟିଥିଲେ ଉପରେ
ଛିଡେଇ ଆନିଥିତ!
ବୁହି ଜଉଥିଲେ
ଆଏର ଦେଇକରି
ବାଁଧି ଦେଇଥିତ!
ଦିଶୁଥିତା ଡଗୋ ଡଗୋ ବଏଲେ
ଅର୍ଡର ଦେଇଥିତ ଠାଡ ହ' ।
ଗୋଡ ଦୁଇଟାର କାଜେ
ଖରାତରା ବର୍ଷାବାଦଲ
କାଣା ନେଇଁ ହେବାର!
ପରଜାପତିମାନେ କେତନିକେତେ
ରଁଗ ଆନୁଛନ୍ ଉପରୁତଲୁ
କାଁ କରବାରକାଜେ କିଏ ପଚରାବା!
ପାସେ ଆରୁ ଅଛେ ଭାଏଲ
ରାଏତ ଉସନିଦ୍ରା ହେଇକରି
ବକୁଥିବ ନ ସେସେଟା।
ଇନ ନୁକୋ କେନ ଅଛେ?
ଚିକିରପୋ ସଭେ ସେଁର୍ରାଗୋ!
ଗୋଡ ଜୁଡେକର
ଭାଗବାରଟାକେ ହେତୁ ନେଇଁ କରି କରି
ଖୁଟଗାଡି କରି ରହେମୁ ବଲତେ!
ତପୋବନ, ଟିଟିଲାଗଡ,ବଲାଙ୍ଗୀର
07/09/2020
1.24 AM, ଭୁବନେଶ୍ବର ।
This poem has not been translated into any other language yet.
I would like to translate this poem