ତୁମେ -01 (Tume -01 / Odia Poem)
ତୁମେ ଯେବେ ଆସିଗଲ
ମୋ ଜୀବନେ ଥରେ,
ସବୁ କିଛି ଭୂଲିଗଲି
ମୁଁ ଧୀରେ ଧୀରେ ।
ଜାଣିବାକୁ ଚାହିଁଲେ ବି
ଜାଣି ପାରୁନାହିଁ,
କହିବା କୁ ଚାହିଁଲେ ବି
କହି ପାରୁନାହିଁ ।।
ତୁମେ ଯେବେ କହିଦେଲ
ଏ ଜନ୍ମେ ମୁଁ ତୁମ,
ମୋ ଜୀବନେ ଫୁଟିଗଲା
ଫୁଲ ର ଏ ବନ ।
ହସେ ହସେ ଭରିଗଲା
ଏ ସଞ୍ଜ ସକାଳ,
ମୋ ଜୀବନେ ରହିଗଲା
ଏ ତ ଚିର କାଳ ।।