1.
ଜନ୍ମଦିନ କାହାର?
କେମିତି କିଏ ନିଏ ଜନ୍ମ?
କେଉଁଠାରେ କେତେବେଳେ?
କରେ କଣ ଜନ୍ମନେଇ?
ପଚାରେ ଆକାଶ ସବୁ ମାଟିକି ।
2.
ଏ ଜନ୍ମଦିନକୁ ନେଇ
ଏତେ ହଇହଲ୍ଲା, ଦୀପ ଜଳା,
ମହମ ଲିଭା, କେକ କଟା,
ଖିରି କାକରା, ଡକା ହକା ।
କଣ ସେଇଟା ପଚାରିଲାବେଳକୁ ଏକା,
ନାହିଁ ପାଖରେ କରିବାକୁ ଦେଖା ।
3.
ଆଲୁଅ ଆଉ ପବନ
ମିଶି କହିଲେ ଆସିଛୁଁ ଆମେ
କରିବାକୁ ତୁମର ଜନ୍ମଦିନ ପାଳନ,
ହସିଲେ ଖିଲଖିଲ୍ ମାଟି ଆଉ ଆକାଶ,
ପାଣି ଏକା ନାଚୁଥିଲା ପାହାଡ ସମୁଦ୍ରରେ ।
4.
କୋଉଠି କେମିତି ଜନ୍ମ ହେଉଛି କିଏ
କେତେବେଳେ କଣ ପାଇଁ ଜାଣି ନ ପାରି
ଆମେ ବାଉଳା ଏଠି ସେଠି ।
ଶୁଭେଚ୍ଛା ଜନ୍ମଦିନ କହିବାରେ,
ମୌଜରେ ଦିନ ନେବାରେ ନାହିଁ ମନା
This poem has not been translated into any other language yet.
I would like to translate this poem
Birth and life really full of mystery