ବର୍ଷା -02 (Songs Of Rains- 02 / Odia Poem) Poem by Subhas Chandra Chakra

ବର୍ଷା -02 (Songs Of Rains- 02 / Odia Poem)

Rating: 5.0

ତୋତେ ଚାହିଁ ଚାହିଁ

କଳାହାଣ୍ଡି ପରି

ଶୁଖିଯାଏ କା ଆଖି ର

ସବୁଯାକ ପାଣି..।


ତୋତେ ପାଇ ପାଇ

ଚେରାପୁଞ୍ଜି

ଉବୁ ଟୁବୁ ହୁଏ

କେତେ ଓଠ-

ହସ ଲିଭିଯାଏ

ଚଚ୍ଚଗ୍ରାମ ସୀମାନ୍ତ ରେ,

ବଙ୍ଗଳା ଭୂଇଁ ରେ ।।


ତୋ ଆସିବା,

କାହା ହାତେ-

ଗୁଞ୍ଜିଦିଏ ପ୍ରଣୟ ଚିଟାଉ,

ସୁଦୂରିକା ପ୍ରିୟା ର ବିରହୀ-

କୋହ ମୋହ କଣ୍ଠାଶ୍ଳେଷ ପାଇଁ

ରାମ ଗିରି-

ଯକ୍ଷ ଆବେଗ ରେ

ପକ୍ଷ ଲାଗିଯାଏ ।।

Tuesday, February 13, 2018
Topic(s) of this poem: rain,rain drops
COMMENTS OF THE POEM
Suratha Kumar Rout 09 September 2019

ତୋତେ ପାଇ ପାଇ ଚେରାପୁଞ୍ଜି ଉବୁ ଟୁବୁ ହୁଏ କେତେ ଓଠ- ହସ ଲିଭିଯାଏ ଚଚ୍ଚଗ୍ରାମ ସୀମାନ୍ତ ରେ, ବଙ୍ଗଳା ଭୂଇଁ ରେ ।। A beautiful odia poem. Thanks for sharing. 10+++

0 0 Reply
Prativa Rani 14 February 2018

ତୋତେ ଚାହିଁ ଚାହିଁ କଳାହାଣ୍ଡି ପରି ଶୁଖିଯାଏ କା ଆଖି ର ସବୁଯାକ ପାଣି..। A highly sensible poem.10

1 0 Reply
Sanjukta Sahoo 14 February 2018

ତୋ ଆସିବା, କାହା ହାତେ- ଗୁଞ୍ଜିଦିଏ ପ୍ରଣୟ ଚିଟାଉ, ସୁଦୂରିକା ପ୍ରିୟା ର ବିରହୀ- କୋହ ମୋହ କଣ୍ଠାଶ୍ଳେଷ ପାଇଁ ରାମ ଗିରି- ଯକ୍ଷ ଆବେଗ ରେ ପକ୍ଷ ଲାଗିଯାଏ ।। and a great creation.10

4 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success