ମୋ ଆକାଂକ୍ଷା
ନୀଳ ନୀଳ ଭୂଇଁ,
ମୋ ପ୍ରତୀକ୍ଷା
ଶାମୁକା ର ଦେହ-
ଇଚ୍ଛା, ଆବେଗ ର
ନୀଳ ଚରା ଭୂଇଁ ।
ତମେ ଆଉ
ସମୁଦ୍ର ନୁହେଁ ଯେ
ଏ ଶାମୁକା ପେଟ ତଳେ,
ଛାତି ତଳେ
ଦୁ8ଖ ତକ ମୁକ୍ତା ପାଳଟିବ ।।
ତମେ ମୋର
ଯୋଜନ ଯୋଜନ ଧରି
ବିସ୍ତାରିତ କାମନା ର
ନୀଳାଭ ବିଗ୍ରହ-
ଏମିତିକା ସପନ ରଙ୍ଗ ରେ
ତମେ ଗଢା ଦର୍ପଣ ଯେ
ନା ତମ ମୁହଁ ଦିଶିବ ସେ
ମୋ ନି8ଶବ୍ଦ
ଓ ନିଷିଦ୍ଧ ଇଲାକା ର
ଅଭିଶପ୍ତ ସୂର୍ଯ ଆଲୋକ ରେ
ନା ତମ ମୁହଁ ଦେଖିହେବ
ଫୁଲି ଫୁଲି ଉଠୁଥିବା
ରୁମ ମୂଳ ଆଉ
ଜକ ଜକ କରୁଥିବା
ହସ ହସ ଓଠ ଧାର
ଚୁମ୍ବନ ଦାଗ ରେ
ଫଗୁଣ ର ଚୋରା ମଳୟ ରେ
ଅନ୍ଧାରକୁ ଚେଙ୍କ ଦେବା ପରି
ପ୍ରେମିକ ର ଉଷୁମ ଓଠ ରେ
ମହୁଲିଆ ଶୀତ ଆଉ ଲୁଚି ଲୁଚି
ଭେଟୁଥିବା ପ୍ରେମୀ ଯୁଗଳ ଙ୍କ
ବାହୁ ଡୋରେ ଡୋରେ,
ମାଇ ସଞ୍ଜ ଜହ୍ନ ଆଲୁଅ ରେ ।।
ଫଗୁଣ ର ଚୋରା ମଳୟ ରେ ଅନ୍ଧାରକୁ ଚେଙ୍କ ଦେବା ପରି ପ୍ରେମିକ ର ଉଷୁମ ଓଠ ରେ Amazing poem with lots of imageries. 10++++++++++++
ଫଗୁଣ ର ଚୋରା ମଳୟ ରେ ଅନ୍ଧାରକୁ ଚେଙ୍କ ଦେବା ପରି ପ୍ରେମିକ ର ଉଷୁମ ଓଠ ରେ Amazing poem with lots of imageries. Thanks Sir sharing.
ଭରିଦିଏ ଫଗୁଣ ରଙ୍ଗ ରେ- କାହା ମନେ ଜାଳି ଦିଏ ଜାଗର ପ୍ରଦୀପ so beautiful combination sir10+++++++
Thank you Ranjan thanks Sir for the beautiful words of encouragement.
Thank you Ranjan Sir for the beautiful words of encouragement.
ଫଗୁଣ ର ଚୋରା ମଳୟ ରେ ଅନ୍ଧାରକୁ ଚେଙ୍କ ଦେବା ପରି ପ୍ରେମିକ ର ଉଷୁମ ଓଠ ରେ Amazing poem with lots of imageries. 10++++
Thank you Alina. for the beautiful words of encouragement.
This poem has not been translated into any other language yet.
I would like to translate this poem
A great poem. I really enjoy it 10++++++