ବରଷା ର ଗୀତ -03 (Songs Of Rain-03) Poem by Subhas Chandra Chakra

ବରଷା ର ଗୀତ -03 (Songs Of Rain-03)

ପତ୍ନୀଙ୍କର

କର୍ମ କ୍ଳାନ୍ତା, ବିବଶ ଶରୀରେ

ଏ ଝଳସା ବିଜୁଳି ଚମକେ

ଦିଶିଯାଏ ତୁମ ଝାପ୍ସା ରୂପ

ପରିଣତ ଏ ବୟସେ

ଦୁଷ୍ଚାମୀ ରେ ମନ ଭରିଯାଏ,


କଞ୍ଚା ସେଇ ବୟସ ର ଲୁହ

ଆଖି କୋଣେ

କରେ ଜକଜକ-

ଖାଲି ଯାହା ନ ଥାଏ ସେ

ଉତ୍ତେଜକ, ବୟସ ର ତାତି ।


ଏ ବେଳା ରେ

ବାଜୁଥାଏ

ବିରହ ର ସାହାନାଇ

ଲହୁ ଲୁହେ

ଭିଜି ସାରା ରାତି ।।

Monday, November 9, 2020
Topic(s) of this poem: love and dreams,nostalgia,rains,romance,songs of life
COMMENTS OF THE POEM
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success