ବୁନ୍ଦାଏ ପାଣି (A Drop Of Water) Poem by Dr Dillip K Swain

ବୁନ୍ଦାଏ ପାଣି (A Drop Of Water)

Rating: 5.0

କେଉଁ ଅଜଣା ଜାଗାକୁ
ଇଛା ଅଛି ଦେଖିବାକୁ
ଅଥଚ ମୁଁ ଦେଖିପାରି ନାହିଁ,
ଦେଖିବାର ଅବଶୋଷ ନାହିଁ!

କେଉଁ ସାଧୁଙ୍କ ବିଷୟରେ
ଶୁଣିଚି ଅନେକ କଥା,
ପାଇଛି ଅସୁମାରୀ
ପ୍ରସଂସାର ବାର୍ତା
ଅଥଚ ସେ ମହାପୁରୁଷଙ୍କୁ
ଚାହିଁବି ସୁଦ୍ଧା ଦେଖି ପାରିନାହିଁ,
ନ ଦେଖିପାରିବାର
ଅବଶୋଷ ନାହିଁ!

ମୋ ପାପୁଲିରେ
ଧରିଥିବା ବୁନ୍ଦାଏ ପାଣି
ସଦା ସର୍ବଦା, ସବୁଦିନ ପାଇଁ
ପାପୁଲିରେ ରଖିପାରିନାହିଁ
ସେଥିପାଇଁ ମୋର
ଅବଶୋଷ ନାହିଁ!

Copyright @ Dillip K Swain

COMMENTS OF THE POEM
READ THIS POEM IN OTHER LANGUAGES
Dr Dillip K Swain

Dr Dillip K Swain

Jamphar, Machhagaon
Close
Error Success