ପିଲାଦିନ- ୧୦ (Childhood-10) Poem by Dr Dillip K Swain

ପିଲାଦିନ- ୧୦ (Childhood-10)

Rating: 5.0

ଚୁଡାଘସା, ଡାଲ୍ମା ଓ ଖଟା
ଭୋଜିଖାଇ ଆମେ ସବୁ
ପ୍ରଫୁଲ୍ଲିତ ଓ ଉଲ୍ଲସିତ ହେଉଥିଲୁ
ସେଇ ଗଣେଶ ପୂଜା ଦିନ!

ପୂଜାସାରି ସବୁଝିଅମାନେ
ସ୍କୁଲରୁ ଚାଲିଗଲେ
କିନ୍ତୁ କାକଳି ମୋତେ କିଛି
କହିବାପାଇଁ ଅଟକି ଯାଇଥିଲେ!

ସତକୁହ,
ତୁମେ ଜାଣି ଜାଣି
ଡାଲ୍ମାଟିକିଏ ମୋ ଡ୍ରେସଉପରେ
ପକେଇ ଦେଲ ନା?

ତୁମେ ଜଣେ ବଦମାସ!

କାକଳି ମୋତେ
ଗାଳିଦେଇ ଚାଲିଗଲେ
କିନ୍ତୁ ମୋ ଉପରେ ରାଗିନଥିଲେ!

ପିଲାଦିନର ଏମିତିକା
ଘଟଣାସବୁ ମନେପଡ଼ିଯାଏ
ଆଉ ଭାରି ଖୁସିଲାଗେ!

ପିଲାଦିନ!

Copyright @ Dillip K Swain

COMMENTS OF THE POEM
READ THIS POEM IN OTHER LANGUAGES
Dr Dillip K Swain

Dr Dillip K Swain

Jamphar, Machhagaon
Close
Error Success