ପିଲାଦିନ- ୧୪ (Childhood-14) Poem by Dr Dillip K Swain

ପିଲାଦିନ- ୧୪ (Childhood-14)

Rating: 5.0

ଅଷ୍ଟମ ଶ୍ରେଣୀରେ
ପଢ଼ୁଥିବା ବେଳର କଥା!

କବାଡି ଖେଳିବାକୁ
ମୋତେ ଦିନେ
ଆମ ଖେଳ ଶିକ୍ଷକ ଡାକିଲେ!

ମୁଁ କହିଲି ସାର,
ମୁଁ ପ୍ରତିଜ୍ଞା କରିଛି
ଆଉ କବାଡି ଖେଳିବି ନାହିଁ!

ସାର ପଚାରିଲେ:
କଣ ହେଲା ତୋର?

ମୁଁ କହିଲି:
ସାର. ଦିନେ ଡାଇଭି ମାରୁଥିଲି,
ମାରିଲା ଜଣେ ମୁଣ୍ଡିଆ
ଆଉ ବାଜିଲା ତା ମୁଣ୍ଡ
ମୋ ଗୁଲରେ!

ନା, ବାବା ନା
ଏଇ କବାଡି ଖେଳକୁ
କରୁଛି ମୁଁ ଦୂରୁରୁ ଜୁହାର!

ପିଲାଦିନ!

Copyright @ Dillip K Swain

COMMENTS OF THE POEM
READ THIS POEM IN OTHER LANGUAGES
Dr Dillip K Swain

Dr Dillip K Swain

Jamphar, Machhagaon
Close
Error Success