ପିଲାଦିନ- ୧୬ (Childhood-16) Poem by Dr Dillip K Swain

ପିଲାଦିନ- ୧୬ (Childhood-16)

Rating: 5.0

ସେଦିନ ବର୍ଷା,
ଧୁ ଧୁ ବର୍ଷା କାଚିଲା
ବର୍ଷାପାଇଁ ସ୍କୁଲ ଛୁଟିହୋଇଗଲା!

ସ୍କୁଲରୁ ବସ୍ତାନି ଧରି
ଫେରୁଥିଲି!

ନିଧୂମ ବର୍ଷା ଓ ବତାସ!

ବିଜୁଳିର ଝଲମଲ
କାନି କେବେ କେବେ
ଲମ୍ବୁଥିଲା ଆକାଶ ବକ୍ଷରୁ
ମୋ ମସ୍ତକ ଉପରେ
ଆଉ ଘଡ଼ଘଡ଼ିର କର୍କଶ
ନାଦରେ ମୁଁ କାକୁସ୍ଥ ହେଲି
ଈଶ୍ୱରଙ୍କୁ ପ୍ରଣାମ କଲି!

ଛତା ଉଡ଼ିଗଲା ଦୁର୍ଦଶ ପବନର
ଶକ୍ତ ଆଘାତରେ!

କିଛି କ୍ଷଣ ହଜିଗଲି
ଜୀବନ ବିକଳେ, ଭୟରେ
କେଉଁ ଏକ ଅଜଣା ବସ୍ତିରେ!

ପିଲାଦିନ!

Copyright @ Dillip K Swain

COMMENTS OF THE POEM
READ THIS POEM IN OTHER LANGUAGES
Dr Dillip K Swain

Dr Dillip K Swain

Jamphar, Machhagaon
Close
Error Success