ପିଲାଦିନ- ୧୭ (Childhood-17) Poem by Dr Dillip K Swain

ପିଲାଦିନ- ୧୭ (Childhood-17)

Rating: 5.0

ବର୍ଷାପରଦିନର କଥା,
ପାଗଟା କୋହଲା ଥିଲା
ଶୀତ କରୁ ଥିଲା,
କମ୍ବଳତଳୁ ଉଠିବାକୁ
ଇଛା ହେଉନଥିଲା...

ମୋ ବୋଉ କହିଲା:
ବାପା, ଆଜି ସ୍କୁଲ ଯିବୁନିକି?

ନିଦ ବଉଳାରେ କହିଲି ନା
ମୋ ବୋଉ କହିଲା:
ହଉ ଶୋଇପଡ଼!

କାକଳି କଥା ମନେପଡ଼ିଗଲା
ମୋ ନିଦ ଭାଙ୍ଗିଗଲା!

କାକଳି ପ୍ରତି ମୋର ଦୁର୍ବଳତା ଥିଲା
ତେଣୁ ଖରା, ବର୍ଷା ଓ ଶୀତ ନମାନି
ସ୍କୁଲ ଯିବାକୁ ପଡୁଥିଲା!


ପିଲାଦିନ!

Copyright @ Dillip K Swain

COMMENTS OF THE POEM
READ THIS POEM IN OTHER LANGUAGES
Dr Dillip K Swain

Dr Dillip K Swain

Jamphar, Machhagaon
Close
Error Success