ବାପା ମୋତେ
ବୁଝେଇ ଦେଲେ
ଚୁମ୍ବକରେ ସବୁକିଛି!
ମୁଁ ଭଲ ମଣିଷଟିଏ ହୁଏ
ସଂସାରରେ ନାଁ କମେଇ
ଛାତିଫୁଲେଇ, ମୁଣ୍ଡଟେକି ବଂଚେ,
ଏହା ହିଁ ଚାହୁଁଥିଲେ ସିଏ
ମୋ ଉଜ୍ଜଳ ଭବିଷ୍ୟତ
ଏକମାତ୍ର ସ୍ବପ୍ନଥିଲା ତାଙ୍କର!
ବୁଝିଗଲି ସବୁକିଛି
ହେଲେମୁଁ ଅକ୍ଷରେ ଅକ୍ଷରେ
ତାଙ୍କ ପରାମର୍ଶ ମାନିବାକୁ
ଅସମର୍ଥ ହେଇଥିଲି!
ମୁଁ ପାରୁନଥିଲି...
ବଡକଷ୍ଟ ଥିଲା
କାକଳିଙ୍କ ହଂସପରି ଚାଲିକୁ
ଅଣଦେଖା କରିବା! !
ବଡକଷ୍ଟ ଥିଲା
ତାଙ୍କ ଲମ୍ବା ଲମ୍ବା ଘନକଳା
ଗହଳିଆ ନିତମ୍ବପର୍ଯ୍ୟନ୍ତ
ଝୁଲୁଥିବା କେଶକୁ
ନ ଚାହିଁବା!
ବଡକଷ୍ଟ ଥିଲା ସତେ!
ପିଲାଦିନ!
Copyright @ Dillip K Swain
This poem has not been translated into any other language yet.
I would like to translate this poem