ପିଲାଦିନ-୨ (Childhood-2) Poem by Dr Dillip K Swain

ପିଲାଦିନ-୨ (Childhood-2)

Rating: 5.0

ସତରେ ହରିଅଜାଙ୍କ
କଥା ଆଜି କାହିଁକି
ମନେପଡୁଚି...

୧୨ ବର୍ଷ ହେଲା
ହରିଅଜା ଚାଲିଗଲେଣି
ଆର ପାରିକୁ!

ତାଙ୍କଘର ବାଟଦେଇ
ଯିବାକୁ ପିଲା ଦିନେ
ଭାରି ଡ଼ର ମାଡୁଥିଲା

ପଚାରୁଥିଲେ ଅଖାଡୁଆ ପ୍ରଶ୍ନ!

ଥରେ ମୁଁ ତାଙ୍କୁ ଦେଖି
ଦୌଡିବାକୁ ଆରମ୍ଭକଲି
ମୋତେ ଗୋଡେଇ ଗୋଡେଇ
ଧରିଲେ, ମୋ ହାତକୁ
ଜାବୁଡିକରି ଧରିଲେ
ଆଉ ପଚାରିଲେ:

ଆମେ ଗୋଟିଏ ଧାଡ଼ିରେ
ମାଙ୍କଡ଼ ପୁଳାଏ ଯାଉଥିଲୁ
ମୁଁ ଥିଲି ମଝି ମାଙ୍କଡ଼
ମୋ ଆଗରେ ଦିଇଟା
ଆଉ ପଛରେ ଦିଇଟା
ସବୁ ମିଶି ଆମେ ଛ ଟା!

ସେମାନେ କେମିତି ହେଲେ ଛ
କହ, ଶୀଘ୍ର କହ!

ସେଦିନ ତାଙ୍କ ହାତ
ଛିଞ୍ଚାଡି ଦେଇ
ଖୁବ ଜୋରରେ
ଦୌଡ଼ି ଆସିଥିଲି...


ହରିଅଜାଙ୍କ ସେଇ
ଅଖାଡୁଆ ପ୍ରଶ୍ନର ଉତ୍ତର
ଆଜି ଦେଇଥାନ୍ତି
କିନ୍ତୁ ହରିଅଜା ନାହାନ୍ତି!

Copyright @ Dillip K Swain

COMMENTS OF THE POEM
READ THIS POEM IN OTHER LANGUAGES
Dr Dillip K Swain

Dr Dillip K Swain

Jamphar, Machhagaon
Close
Error Success