ମନେ ପଡେ
ଏକ ଦୃଷ୍ଟଦିନ,
ଅଷ୍ଟମଶ୍ରେଣୀରେ
ପଢୁଥିବାର ଏକ ଦିନ!
ମୁଁ ଦୃଷ୍ଟନ ଥିଲି
ଦୃଷ୍ଟଥିଲା ସେ ଦିନଟା
ଅବା ଏଇ ମନଟା!
ପଢା ଡ଼ରରେ
ସ୍କୁଲ ନଯାଇ
ଚଢ଼ିଗଲି ମାଛଗାଁ ଠୁ
କଲିକତା ଯାଉଥିବା
ବସର ଛାତ ଉପରେ
ଆଉ ଶୋଇପଡିଲି
କିଛିକ୍ଷଣ ବସ ଉପରେ!
ଆଖି ଖୋଲିଲା ବେଳକୁ
ବସ ଅଟକି ଯାଇଥିଲା
ଜଗତସିଂହପୁର ସହରରେ!
ଆଉ ଏ ପିଣ୍ଡରେ ପ୍ରାଣନଥିଲା
ସତେକି କେଉଁ ପିଲା ଧରା ବାବାଜୀ
ମୋ ଜନ୍ମ ମାଟିରୁ ମୋତେ କେଉଁ ଅଜଣା ଜାଗାକୁ
ଉଠେଇ ନେଇଥିବା ଭୟରେ!
କଣ କରିବି?
ପାଖରେ ପାଇଁସାନାହିଁ
ଘରକୁ କେମିତି ଫେରିବି?
ଚଢ଼ିଗଲି ଘରଆଡେ ଯାଉଥିବା
ଏକ ବସର ଛାତ ଉପରେ
ପହଂଚିଲି ବିନା ପଇସାରେ
ଆମ ଗାଁ ରେ!
ପିଲାଦିନ!
Copyright @ Dillip K Swain
This poem has not been translated into any other language yet.
I would like to translate this poem