ପିଲାଦିନ-୨୩ (Childhood-23) Poem by Dr Dillip K Swain

ପିଲାଦିନ-୨୩ (Childhood-23)

Rating: 5.0

ସେଦିନ ଥିଲା
କୁମାରପୂଣିମାର ରାତି!

ସଫା ଜହ୍ନର ଚକ ଚକ ଆଲୁଅରେ
ଝଲସୁଥିଲେ ଆମ ଗାଁର
କାଳି କାଳି ଝିଅମାନେ!

ବିଭିନ୍ନ ଖେଳ ଚାଲିଲା...

ରାତି ପାହିବା ପର୍ଯ୍ୟନ୍ତ
ପାଳଭୁତ ଖେଳ ଚାଲିଥିଲା
ହଟାଥ ମାଡ଼ିବସିଥିଲା
ମୋତେ ମୋ ପଛଆଡ଼ୁ
କେଉଁ ଏକ ମୁଖାପିନ୍ଧା ଝିଅ!

ମୋ ଶରୀରରେ ଅଚାନକ
ସୃଷ୍ଟିହେଲା ଏକ ଅଦ୍ଭୁତ
ରୋମାଞ୍ଚ ଓ ଶିହରଣ!

କିନ୍ତୁ ସେଦିନ ମୁଁ
ଜାଣି ପାରିନଥିଲି ସେ
ମୁଖା ପିନ୍ଧା ବାଳିକାଙ୍କୁ!


ପିଲାଦିନ!

Copyright @ Dillip K Swain

COMMENTS OF THE POEM
READ THIS POEM IN OTHER LANGUAGES
Dr Dillip K Swain

Dr Dillip K Swain

Jamphar, Machhagaon
Close
Error Success