ପିଲାଦିନ-୩ (Childhood-3) Poem by Dr Dillip K Swain

ପିଲାଦିନ-୩ (Childhood-3)

Rating: 5.0

ସେବର୍ଷ ଚତୁର୍ଥ ଶ୍ରେଣୀକୁ
ଉତ୍ତୀର୍ଣ ହେଇଥାଏ!

ଚକ୍ରଧର ସାର
ପାଖକୁ ଡାକି କହିଲେ:
ତୁ ତୁମ ଶ୍ରେଣୀରେ ପ୍ରଥମ ଆଉ ଗଣିତରେ
ତିନି ଅଙ୍କ ବିଶିଷ୍ଟ କ୍ଷ୍ୟୁଦ୍ରତମ ସଂଖ୍ୟା ପାଇଚୁ
ଆମକୁ ମାଂସ ଝୋଳ ଖୁଆଇବୁ!

ଚକ୍ରଧର ସାର ଥିଲେ ମୋ ସ୍କୁଲ ର
ଗଣିତ ଶିକ୍ଷକ ଆଉ ମୋ ଟ୍ୟୁସନ ସାର.

ଏଇକଥା ମୋ ବାପାଙ୍କୁ କହିଲି
ବାପା ଖୁସିହେଇ ମାଂସ ବବତକୁ
କିଛି ପଇସା ଦେଲେ!

ତିନି ଅଙ୍କ ବିଶିଷ୍ଟ କ୍ଷ୍ୟୁଦ୍ରତମ ସଂଖ୍ୟା
ମାନେ ଗଣିତରେ ଶହେରୁ ଶହେ!

ଆଉ ଜୀବନରେ କେବେ କେଉଁଠି
ଶହେରୁ ଶହେ ପାଇନି
ସେଇଥିଲା ମୋ ଜୀବନର
ପ୍ରଥମ ଏବଉଁ ଶେଷ
ଗଣିତରେ ଶହେରୁ ଶହେ,
ତିନି ଅଙ୍କ ବିଶିଷ୍ଟ କ୍ଷ୍ୟୁଦ୍ରତମ ସଂଖ୍ୟା!

Copyright @ Dillip K Swain

COMMENTS OF THE POEM
READ THIS POEM IN OTHER LANGUAGES
Dr Dillip K Swain

Dr Dillip K Swain

Jamphar, Machhagaon
Close
Error Success