ପିଲାଦିନ- ୬ (Childhood-6) Poem by Dr Dillip K Swain

ପିଲାଦିନ- ୬ (Childhood-6)

Rating: 5.0

ପଞ୍ଚମ ଶ୍ରେଣୀରେ
ପଢ଼ୁଥାଏ!

ମନଟା ପ୍ରଫୁଲଥିଲା
ନଇ ପହଁରିବାକୁ
ଭାରି ଇଛା ହେଲା
ଦିନେ ବସ୍ତାନି
ନଇକୂଳେ ଫିଙ୍ଗିଦେଇ
ଲମ୍ଫମାରିଲି ନଦି ଗର୍ଭକୁ
ଖୁବ ପହଁରିଲି
ଖୁବ ପହଁରିଲି....

ପହଁରି ପହଁରି
ନଈକୂଳକୁ ଫେରିଲା ବେଳକୁ
ଦେଖିଲି ମୋ ବସ୍ତିନିକୁ
କିଏ ଚୋରେଇ ନେଇଛି!

ମୋ ବାପାଙ୍କଠୁଁ
ଗୁଡ଼ାଏ ମାଡ ଖାଇବା ଭୟରେ
ଦୁଃଖମନାହେଇ ଘରକୁଫେରୁଥିଲି...

କାକଳି ମୋତେ ଡାକି କହିଲେ
ତୁମ ବସ୍ତାନିଟି ମୁଁ
ନିରାପଦରେ ଆମଘରେ ରଖିଛି

ଆସ, ନେଇଯିବ

ବସ୍ତାନି ଆଣିଲାବେଳେ
କାକଳିଙ୍କ କଅଁଳିଆ ହାତରେ
ମୋ ହାତ ବାଜିଗଲା.

କାକଳି ମୁରୁକି ମୁରୁକି ହସୁଥିଲେ...

କାକଳିକୁ ଅଶେଷ
ଧନ୍ୟବାଦ ଦେଇ
ଘରକୁଫେରିଲି!

Copyright @ Dillip K Swain

COMMENTS OF THE POEM
READ THIS POEM IN OTHER LANGUAGES
Dr Dillip K Swain

Dr Dillip K Swain

Jamphar, Machhagaon
Close
Error Success