ପିଲାଦିନ- ୮ (Childhood-8) Poem by Dr Dillip K Swain

ପିଲାଦିନ- ୮ (Childhood-8)

Rating: 5.0

ପିଲାଦିନ- ୮ (Childhood-8)

ସପ୍ତମ ଶ୍ରେଣୀରେ
ପଢ଼ୁଥିବା ବେଳର କଥା!

କାକଳି ମୋତେ
ଭାରି ଭଲପାଉଥିଲେ ସତେ!

ସେଦିନ ଗଣେଶ ପୂଜା ଥିଲା
ଆମେମାନେ ରଙ୍ଗ ବେରଂଗ
ପୋଷାକ ପିନ୍ଧି ସ୍କୁଲକୁ ଆସିଥାଉ!

କାକଳି ସେଦିନ କୃଷ୍ଣଚୁଡା ରଙ୍ଗର
ପୋଷାକ ପିନ୍ଧି ଆସିଥିଲେ!

ମୁଁ କହିଲି:
ସତରେ କାକଳି, ଏ ଡ୍ରେସଟି
ଟିମକୁ ଭଲ ମାନିଚି!

କାକଳି ଲାଜେଇଗଲେ
ନିଜକୁ ତଳୁ ଉପର ଦେଖିଲେ
ଆଉ ମୋ ସାମ୍ନାରୁ ଚାଲିଗଲେ!

ପିଲାଦିନର ଏମିତିକା କଥାସବୁ
ମନେପଡ଼ିଯାଏ
ଆଉ ଭାରି ଖୁସିଲାଗେ!

ପିଲାଦିନ!

Copyright @ Dillip K Swain

COMMENTS OF THE POEM
READ THIS POEM IN OTHER LANGUAGES
Dr Dillip K Swain

Dr Dillip K Swain

Jamphar, Machhagaon
Close
Error Success