ଯନ୍ତ୍ରଣା (Pain) Poem by Dr Dillip K Swain

ଯନ୍ତ୍ରଣା (Pain)

Rating: 5.0

ନା ତୁମେ କିଛି କହୁଚ
ନା ମୋତେ କିଛି
କହିବାକୁ ଦେଉଚ!

ନା ତୁମେ ଟିକେ ହସୁଚ
ନା ମୋତେ ଟିକେ
ହସିବାକୁ ଦେଉଚ!

ନା ତୁମେ
ଆଗକୁ ଚାଲୁଚ,
ନା ମୋତେ
ଚଲେଇ ଦେଉଚ!

କେତେ ଯେ ଠିଆହେବି
ଏଇଠି, ଯେଉଁଠି
ମୁଁ ଠିଆ ହେଇଚି?

ଦେଖ, ସମୟ ସରିଆସୁଚି,
ଏ ଜୀବନ ଦ୍ବୀପର ସଳିତାଟି ମୋର
ଧୀରେ ଧୀରେ ଲିଭି ଲିଭି ଆସୁଚି...

କିଛି କହୁନ କାହିଁକି?

କିଛି କୁହ, ଆସ,
ଏଇଠିକି ଆସ,
ଟିକେ ହସ!

Copyright @ Dillip K Swain

COMMENTS OF THE POEM
READ THIS POEM IN OTHER LANGUAGES
Dr Dillip K Swain

Dr Dillip K Swain

Jamphar, Machhagaon
Close
Error Success