ଚାରିଆଡେ କବିତା (Poetry Everywhere) Poem by Dr Dillip K Swain

ଚାରିଆଡେ କବିତା (Poetry Everywhere)

Rating: 5.0

ମୋ ଚାରିଆଡେ କବିତା
ମୋ ସାମ୍ନାରେ କବିତା,
ମୋ ପଛ ଆଡେ କବିତା!

ନଇ ରେ କବିତା,
ନାଳ ରେ କବିତା
ପୋଖରୀରେ କବିତା
ପାଳଗଦାରେ କବିତା

ପ୍ରେମରେ ଅଛି କବିତା,
ଦୁଃଖରେ ଅଛି କବିତା,
ଆଉ ସୁଖରେ ଅଛି କବିତା

ନିଶୁଆ ପୁଲିସ
ଝିଅର ସ୍ମିତ ହାସ୍ୟରେ
ଅଛି କବିତା!

ମୋ ପାଖରେ
ଶବ୍ଦକୋଷ ନାହିଁ
କିନ୍ତୁ ଲେଖିବାକୁ
ଅଛି କାନ୍ଥରୁ କବିତା
ବାଡରୁ କବିତା!

କେମିତି ମୁ ରହି ପାରିବି
ନ ଲେଖି କବିତା?


Copyright @ Prof (Dr.) Dillip K Swain

COMMENTS OF THE POEM
READ THIS POEM IN OTHER LANGUAGES
Dr Dillip K Swain

Dr Dillip K Swain

Jamphar, Machhagaon
Close
Error Success