ଯେତେ ବାଟ ଚାଲିଗଲେ,
ଯେତେ କାନ୍ଥ, ଯେତେ ବାଡ, ଯେତେ ଦୂର ଚାଲିଗଲେ ଟପି,
ମୁଁ ଯେତେ ସୀମାନ୍ତରେ ପାଦ ଥାପିଦେଲେ
ଏହି ନିଷ୍ଠୁର ବାସ୍ତବତାର ପରିଧିରୁ ମୁକୁଳିବା କେତେ ଯେ କଷ୍ଟ
କେତେ ସତେ କଷ୍ଟ ଲାଗେ
ପ୍ରତିଦିନ ଗୋଟେ ଗୋଟେ ନୂଆ ମିଛ, ନୂଆ ପ୍ରହେଳିକା
ପ୍ରତିଦିନ ଆତ୍ମହତ୍ୟାର ପ୍ରୟାସରେ ଛଟପଟ ହେବା
ଆଉ କେତେ କଷ୍ଟ ନିଜ ପ୍ରହେଳିକା ଭିତରେ ନିଜେ ହଜିଯିବା
ଆଜି ଦିଗନ୍ତରେ ଯଦି ଗୋଟେ ରଙ୍ଗ ଫିକା ପଡ଼ିଯାଏ
ସ୍ବପ୍ନ ଯଦି ଆପେ ହଜି ଯାଏ
ତେବେ ସତ୍ବେ ଏଇ ରୁକ୍ଷ ଭାବନାରେ ତରଙ୍ଗର ପ୍ରଶ୍ନ ନାହିଁ
ଏଇ ଜଡତାରେ ଜୀବନର କେଇ କ୍ଷଣ ଆଶା,
କେହି କ୍ଷଣ ହସ ଏଇ ମୃତ ମୁହଁରେ
ସତେଅବା ଏକ କାଳ ରାତ୍ରିର ବର୍ଷା ପାଣି ଫଟକା ପରି,
ଯାର ବାସ୍ତବତା ସ୍ବପ୍ନ ଠାରୁ ଅତି ଭୟଙ୍କର
ଯାର ବଞ୍ଚିବାର ପ୍ରତିକ୍ଷଣ ପ୍ରୟାସ ମୃତ୍ୟୁ ଠାରୁ ଅତି ଭୟଙ୍କର
ଫିକା ଫିକା ଦୃଷ୍ଟିରେ ମୁଁ ଯଦି ଆଜି ଦେଖେ ଏ ଜଗତ
ଆଜି ଦେଖେ ପ୍ରତିଯୋଗିତାର ପ୍ରତିକ୍ଷଣରେ ଜୀବନ
ପ୍ରତି ବ୍ୟକ୍ତି ବ୍ୟକ୍ତିର ପରାସ୍ତରେ ଖୁସି
ମୁଁ ଯଦି ଆଜିର ମୃତ୍ୟୁର ପ୍ରତିଯୋଗିତାରେ ଦେଖେ ଆଶା
ତେବେ ମୋର ଅଙ୍ଗ ପାଲଟଇ ସ୍ଥାଣୁ, ନିଶ୍ୱାସ ର ରୁଦ୍ଧ ଗତି
ଆଜି ମୋର କ୍ଷଣିକ ପାଇଁ ଯଦି ମୃତ୍ୟୁ ହୁଏ,
ହୁଏ ଯଦି ଜଡତାରେ ଦେହ ମୋର ଲୀନ
ଶାନ୍ତିର ସନ୍ଧାନରେ ଆଶା ଯେତେ ମେଣ୍ଟି ଯିବ
ମିଶି ଯିବ ଜୀବ ମିଶିଯିବି ତୃପ୍ତିରେ
This poem has not been translated into any other language yet.
I would like to translate this poem