ରଂଗକୁ ଆଣିଛି
ବଳିବାକୁ ଫୁଲ ଫଳେ |
କୋଇଲି ଆସିଛି ଗୀତକୁ ଆଣିଛି
ଗାଇବାକୁ ଗଛଡାଳେ |
ବସନ୍ତ ଆସିଛି ବଣକୁ ଆଣିଛି
ମହୁଲ ଫୁଲର ବାସ |
ଚରାକୁ ଆସିଛି ବଚୁରୀ ଆଣିଛି
ଗାଇ ବୁଲି ଖାଏ ଘାସ |
ବସନ୍ତ ଆସିଛି ମହକ ଆଣିଛି
ବାଣ୍ଟିବ ଧରାରେ ବୁଲି
ପୁନେଇଁ ଆସିଛି ଜହ୍ନକୁ ଆଣିଛି
ଖେଳିବାକୁ ଝୁଲିଝୁଲି
ବସନ୍ତ ଆସିଛି ମଳୟ ଆଣିଛି
ଦେହକୁ ଲାଗୁଛି ମିଠା
ଫଗୁଣ ଆସିଛି ଅବିର ଆଣିଛି
ଆମ ପାଇଁ ମୁଠା ମୁଠା |
This poem has not been translated into any other language yet.
I would like to translate this poem