ଲାଲବାଗ ହେଉ
କି ହେଉ ଲଣ୍ଡନ,
ପଚରାଯାଏ ଯେବେ
ତୁ କିଏ,
ଲୋକଟା କହେ
ମୁଁ ଓଡିଆ ବେ।
ଓଡିଆ ମାନେ?
ଗୋଡାଣିଆ, ଚାମଚା
ଗୋଡଟଣା କଙ୍କଡା
ନୁହେଁ, ନୁହେଁ ।
ରହି ଥା,
ପାଇବୁ ପାନେ,
ଚାଖିବୁ ସ୍ଵାଦ
ଘର ଧରିବୁ ଦିନେ ।
ହାତମୁଠା ଟାଣ,
ମୁଥାରେ ଫାଟେ ଚଟାଣ,
ସହସ୍ରଭୁଜାରେ
ଉଭା ମା
ତତେ କରିବାକୁ ଶୂନ୍ୟ,
ମା ରାଣ ।
This poem has not been translated into any other language yet.
I would like to translate this poem