ସମୁଦ୍ର ଭିତରୁ
ତୁ ଆସିଛୁ ଉଠି,
କାଖେ ଅମୃତ
ମାଠିଆ ଧରି,
ଯୋଗ୍ୟଙ୍କୁ
ବାଣ୍ଟିବାକୁ ।
ମୁଁ ଅଛି
ତୋରି ଅପେକ୍ଷାରେ,
ଯଦିମୁଁ ଯୋଗ୍ୟ
ତୋରି ଦୃଷ୍ଟିରେ,
ଆ ମା, ଆ ପାଖକୁ
ତୋରି ପଦ୍ମପାଦରେ,
ଆଉ ଦେ ଜିଆଁଇ ମତେ
ବିବ୍ୟ ଆଲୋକରେ ।
This poem has not been translated into any other language yet.
I would like to translate this poem