ଯାହା ଯେତେବେଳେ
ଦରକାର ତାହା ଦେଲା ସେ
ଆଉ କହିଲା, ହେଲୋ,
ମୁଁ ଶୁଣି ବି ରହିଲାବେଳକୁ ଅଶୁଣା
କହିଲା ଗଲ କି ହଜି
ନନ୍ଦର ବଳା, ଧରି ଏତେ ସେତେ
ମାଟି ଆଉ ଆକାଶର ମିଶାମିଶି କଳା ।
ମାଟି ଆଉ ଆକାଶର ଉର୍ଦ୍ଧ୍ଵରେ
ଯାହା ରହିଲା ତାହା ହେଲା
ଗୋଟେ ଫୁଲ ଯାହାକୁ ଧରି ମତେ ଇ
ଯିବାକୁ ହୁଏ ଦୂର, ବହୁତ ଦୂର ।
ଫୁଲଟିଏ ଥିଲେ ପାଖରେ
ସବୁକୁ ଜିଣି ହୁଏ ସହଜରେ
ଆଉ ସମସ୍ତେ ହୋଇଯାନ୍ତି ନିଜର ଏଠାରେ ।
This poem has not been translated into any other language yet.
I would like to translate this poem