ଜାତି କଣ ହାରିବ?
ହାରିବ ଆଉ ଧ୍ଵଂସ ହେବ ସିଏ
ଯିଏ ଟକ୍କର ଦେବ ଯେତେବେଳେ ।
ସୁଖ ଖୋଜୁଛି ଯିଏ
କ୍ଷମତାର ଅହମିକାରେ ।
ଧନ ଆଉ ସମୟକୁ ମୋର କହି
ଧ୍ଵଂସ କରିବାକୁ ଯାଉଛି
ଇତିହାସର ସତ୍ୟକୁ ।
ପାରୁନି ଜାଣି
ନିଜର ଘାତଚନ୍ଦ୍ର ନିଜକୁ
ଗୋଡାଉଛି ମାରିବାକୁ ।
ନାହିଁ କିଛି ସୁସମ୍ଵାଦ
ଯାହାକୁ ନେଇ ଯିବ ବଂଚି
ଯେମିତି ସେମିତି ।
This poem has not been translated into any other language yet.
I would like to translate this poem