ମୁଁ କି ପାରୁ ନି ଜାଣି
କୋଉ ଶିରା ବାଟେ
କେମିତି ଯାଉଛି ପାଣି!
ରଙ୍ଗ କଣ ପାଣିର?
ପାଣି ଦୂଷିତ ନା ବିଶୁଦ୍ଧ!
ପତଳା ପାଣି ନା ମୋଟା?
ଉତ୍ତର ଦେବାକୁ
ନାହାନ୍ତି ଲୋକ ।
ତଥାପି ମତେ ଜଣା,
ଜଣା ଲୋ, ଜଣା,
ତୋର କଥାଭାଷା
କାରୁକାର୍ଯ୍ୟ ସବୁ ।
ଜଣା, ପାଣି ଆଉ ପବନର
ରହସ୍ୟମୟ ଖେଳ ।
This poem has not been translated into any other language yet.
I would like to translate this poem