ଗଛ ଫଳ ଫୁଲ
ସବୁ ମୋର ।
ପାହାଡ ପଡିଆ
ନଈ ନାଳ
ସବୁ ମୋର ।
ମୁଁ ମେଘ,
ମୁଁ ଆକାଶ ।
ମୁଁ ପାଣି,
ମୁଁ ପବନ ।
ମୁଁ ମାଟି
ମୁଁ ପ୍ରକୃତି ।
ମୁଁ ଅନ୍ଧାର
ମୁଁ ଆଲୁଅ ।
ମୁଁ କହେଁ
ଅନ୍ଧାରରେ ଆସ
ଆଉ
ଯାଅ ଆଲୁଅରେ ।
ଅନ୍ଧ।ରର ଇଲାକାରେ
ଅମଳ କର ଆଲୁଅ ।
ଯେତେ ଯିଏ ଅଛ
ଘୋଡା ଗଧ ଓଟ
ହରିଣ ବାର୍ହା ଗୟଳ ।
ଯେତେ ଯିଏ ଅଛ
ବାଘ ସିଂହ କୁମ୍ଭୀର
ହାତୀ ମାଙ୍କଡ କୋକିଶିଆଳ ।
ଯେତେ ଯିଏ ଅଛ
କାଉ ବଗ ପାରା
ପେଚା ମୟୂର ଶୁଆ ।
ଚାଲିଆସ ଅନ୍ଧାରର
ସୀମାରୁ, ଗୋଡ କାଢି
ବାହାରି ଆସ ବନ୍ଦୀଶାଳାରୁ ।
ବାହାରିଆସ ଦୁଃଖପୂର୍ଣ
ଜୀବନ ଯନ୍ତ୍ରଣାରୁ ।
ଯାହାକୁ ସୁଖ ବୋଲି
ବିଚାରି ନେଇଛ ମଣିଷ
ତାହା ହଳାହଳ ବିଷ ।
ରୁହ ସତର୍କ,
ରୁହ ସତର୍କ ।
ମଣିଷ, ତୁମର ସମୟ,
ତୁମର ଆୟୁଷ,
ତୁମର ଯାବତୀୟ ଅବଶେଷ
ଗ୍ୟାନ, ମାନ
ନୁହେଁ କିଛି କାମର,
ନୁହେଁ ତୁମର ।
This poem has not been translated into any other language yet.
I would like to translate this poem