ସତରେ ନିମକହାରାମ
ହୋଇଗଲେ ସମସ୍ତେ!
ଯାହାର ଯୋଉଠି ଖାଇଲେ
ତା ମୁଣ୍ଡରେ ସେଇଠି ହଗିଲେ।
ଆଉ ରଡିଲେ ହୋ ହୋ
ମଦ ପିଇ ପିଇ ଆଉ
ଉଡାଇଲେ ପତାକା।
ପୁଅ ମାନିଲା ନାଇଁ ବାପକୁ,
ସ୍ତ୍ରୀ ଖାତିର କଲା ନି ସ୍ୱାମୀକୁ,
ଚାକର ଲୁଟିଲା ମାଲିକକୁ,
ଲୋକ ବୁଡିଲା ଲୋକତନ୍ତ୍ରରେ।
ବୁଦ୍ଧିଜୀବୀର ବୁଦ୍ଧି ପଡିଲା ବନ୍ଧା
ଟଙ୍କାରେ ପଦପଦବୀରେ।
ନିମକହାରାମ ହୋଇଗଲେ
ଏଠାରେ ଏତେ ଥିଲେ ଯେତେ।
ଅନ୍ଧାରରେ କେତେ କେମିତି ମଲେ
କେହି ପାରିଲେ ନି ଜାଣି।
ମନକୁ ଯାହା ଆସିଲା ତାହା କଲେ
ଆଉ ହଜି ହଜିଗଲେ
ନିଜ ନିଜ ରହସ୍ୟ ଭିତରେ।
ଜଣା ଜଣା ଲାଗୁଥିଲା ଯାହା ଯାହା
ହେଲା ଅଜଣା ଆହୁରି ।
ପୂର୍ଣ୍ଣ କି ଶୂନ୍ଯ ହେଲା ନାଇଁ
କାହାରି କିଛି ପ୍ରତିଫଳନ ।
ସାବଧାନ! ଛକ ଉପରେ
ଖପୁରୀ ଡାକୁଛି ମରଣ!
This poem has not been translated into any other language yet.
I would like to translate this poem