ଏତେ ପ୍ରାର୍ଥନା ମୋର
ଦିନରାତି, ପ୍ରାର୍ଥନାରେ
ନ ଥିଲା ବିରତି।
ଏ କଣ କଲ?
ବେକଟାକୁ କାଟିଦେଲ!
ତୁମକୁ ଡାକିବା ପଛରେ
ହାତ ଥିଲା ଯାହାର!
ଆଉ ଛାଡିଦେଲ ଏଠି ମତେ
ଯୋଉଟାକୁ କହନ୍ତି ପଣ୍ଡିତେ
ହଳାହଳ ବିଷର ଗନ୍ତାଘର ।
କି ପାପ କରିଥିଲି ମୁଁ?
ଆଉ କରିଥିଲା ସେ କି ପୂଣ୍ଯ!
ଥାଉ, ଆଉ କହିବି ନି,
ଯେମିତି ଥିଲି ଥାଏଁ ଏଠି
ଘାଣ୍ଟିଚକଟି ହୋଇ ପୂର୍ବପରି।
This poem has not been translated into any other language yet.
I would like to translate this poem