ଯୁଦ୍ଧ
ନ ସରୁ।
ନ ସରୁ
ଯୁଦ୍ଧ।
ଯୁଦ୍ଧରେ
ଯୋଉ ଆନନ୍ଦ
ଅଛି କି ସେଇଟା
କୋଉଠି ଆଉ।
ଯୁଦ୍ଧ
ଚାଲିଥାଉ।
ଯୁଦ୍ଧ ଭିତରେ
ତୁମକୁ ମୋ
ପ୍ରାର୍ଥନା ଚାଲିଥାଉ।
ଯୁଦ୍ଧରେ
ତୁମେ ମାରୁଛ
ଆର ପକ୍ଷକୁ,
ଆର ପକ୍ଷ ଭିତରେ
ମୁଁ ତ ଦେଖୁଛି
ମତେ ଇ ପ୍ରଭୁ।
ନ ମାରି କଣ
ହେବ ନି ବଦଳାଇ
ସମସ୍ତଙ୍କୁ!
ଆଉ ଯଦି ବଦଳେଇ
ନ ପାରିଲ
କେମିତି ପାଳୁଛ
ଏତେ ଲୋକକୁ ।
ଲୋକପାଳଟି ତୁମେ!
This poem has not been translated into any other language yet.
I would like to translate this poem