1.
ମହିମା ପଚାରୁଛ ଭାଷାର?
ପାରିବି ନି କହି ବିନା ଭାଷାରେ!
ଭାଷା ସର୍ବ ଜ୍ୟୋତି
ସର୍ବ ସୁଖଧାମ।
ଭାଷା, ଆପ କ୍ଷିତି ବ୍ୟୋମରୂପୀ
ପ୍ରକାଶେ ସର୍ବବ୍ୟାପୀ।
ସକଳ ମନ୍ତ୍ର ସକଳ ଯନ୍ତ୍ର
ସକଳ ଶସ୍ତ୍ର ସକଳ ତେଜ
ସକଳ ପୁରୁଷ ସକଳ ମହିମା
ସନ୍ଥ ଭକ୍ତ ଗୁଣସୀମା
ସକଳ ଧର୍ମ କର୍ମ ଶୁଦ୍ଧଅଶୁଦ୍ଧ
ଭାଷାରେ ସବୁ ଇ ପ୍ରକାଶିତ ।
ଦେବଦାନବ ସଭିଙ୍କ ସବୁ ଜଗତ
ଭାଷା କରଗତ, ଭାଷା ସର୍ବଭୂତ
ଭାଷାକୁ ନେଇ ସଭିଏଁ ସବୁଠି
ଆପଣାଆପେ ପରିଚିତ।
ଭାଷା ଅଗ୍ନି ଭାଷା ପାଣି
ଭାଷା ଦି ପଦ ଶୁଣି
ଭାଷା ଦି ପଦ ଗୁଣି
କର ଜୀବନ ଧନ୍ୟ,
ହେ ମଣିଷ, ସର୍ବ ଜୀବମଣି।
ଜିବନୀଶକ୍ତି ରହିଛି ଭାଷାରେ
ଅଂସଖ୍ୟ ଜୀବନୀଶକ୍ତି ଭିତରୁ ମାତ୍ର
ମୁଁ ଗୋଟିଏ ଏଠାରେ।
ତଳଅତଳ ରସାତଳ ହଳାହଳ
ସବୁ ମାର୍ଗ ଶୂନ୍ୟମାର୍ଗ
ଭର୍ତ୍ତି ଭାଷାରେ।
ଭାଷା ପାରଣା କର ହେ
ଜୀବନକୁ କର ଧନ୍ୟ ଏଠାରେ।
2.
ଦିଅ ନି ସମ୍ମାନ ଉପାଧି
ଦିଅ ନି ପୁରସ୍କାର,
ମନା ନାଇଁ କରିବ
ଯଦି ତିରସ୍କାର,
କିନ୍ତୁ କର, କର ତୁମେ
ତୁମ ଭାଷାର ବ୍ୟବହାର ।
ତୁମେ ବଂଚିବ
ତୁମ ଭାଷାରେ,
ପାରିବ ଜାଣି
କୋଉଟା କଣ ଭଲ ଭାବରେ,
ବୁଝିବ ସତ୍ଯ କଣ,
ପ୍ରେମ ପ୍ରୀତି ବଢିବ ଆହୁରି
ସବୁଆଡୁ ଆସିବ
ଅମୃତ ଝରି।
ହଟିବ ମାୟାପଟଳ
ସକାଳର ସୂର୍ଯ୍ୟରଶ୍ମିଭଳି
ସବୁ ହେବ ଝଲମଲ।
କେହି ପାରିବ ନି କରି
ଆଉ ତୁମକୁ କଲବଲ।
ତୁମେ ମଣିଷ,
ସବୁଠୁ ବହୁତ ଭଲ।
ଭାଇ ବନ୍ଧୁ ସଖା ସୋଦର
ମାଟିର ସଭିଙ୍କୁ କରି ଆଦର
ଭାଷା ବ୍ୟବହାର କରି
ସବୁଠୁ ଦିଅ ହଟେଇ
ସବୁ ଅନ୍ଧାର,
ତୁମେ ଭାଷାର,
ତୁମେ ଆଲୁଅର।
This poem has not been translated into any other language yet.
I would like to translate this poem
Importance of language