ଯିବା କଥା, ଯିବି ଜରୁର୍ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଯିବା କଥା, ଯିବି ଜରୁର୍

Rating: 5.0

1.

ଯିବା କଥା, ଯିବି ଜରୁର୍।
କିନ୍ତୁ ଥିବି ଥିଲାଯାଏ।
ଥିଲାବେଳେ କହୁଥିବି
ମା କଥା, ମାଟି କଥା,
ଆଉ ଆଉ କଥା
ଯାହା ସବୁ ପାଇଁ
ଅଛି ମୋ ଭାଷା।
ମିଛ ନୁହଁ କିଛି
ମୋ କହିବାଟା।
ମୋ କହିବାଟା ମତେ ସତ୍ୟ,
ଆଉ ଯାହା ମତେ ସତ୍ୟ,
ତାହା ପାରେ ନା ହୋଇ ମିଛ।
ଶୁଣୁଛ? ସବୁ ସଂପର୍କରୁ
ଅବ୍ୟାହତି ନେଉଛି ମୁଁ
ଆଉ ଅନେଇ ବସିଛି
ରହୁ ରହୁ କେଉଁଆଡେ କିଏ
ଯାଉଛି ଆଉ ଯାଉ ଯାଉ
କଣ ନେଉଛି କୋଉଠୁ,
କହିଦେଇ କଣ କାହାକୁ।

2.


ବିଜୁଳି ଆଉ ବଜ୍ର,
ବାଟ ଭୁଲି ଆସିଛି ବି
କୁହୁଡି ଆଉ ଝଡ।
ମୁଁ ଧରି ଅନ୍ଧାରର ହାତ
ଗଣୁଛି ତାରା ଆଉ
ଦେଖାଉଛି ଉଚ୍ଚ ଉଚ୍ଚ ଲହଡି
ସମୁଦ୍ରର, ଯୋଉଟା
ଆସୁଛି ବାହାରି ଛାଡି ଦେଇ
ମଣିମାଣିକ୍ୟ ହୀରାନୀଳାର ଘର।
ଫୁଲ ଯାଇ ରହିଲାଣି
ଆଉ କୋଉଠି ଏତିକିବେଳେ।
ମୁଁ ବି ଗଲିଣି ଭୁଲି
କହିବାକୁ ରହରେ ରହ
କର ନା ପାଗଳ ମତେ ଏତେବେଳେ।

POET'S NOTES ABOUT THE POEM
Written in Odia language, Odia is the opfficial language of Odisha India
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success