ଜ୍ଞାନ
ଗଜାନନ ମିଶ୍ର
କହିବୁ ତ କହିବୁ, ଘୁଚପୁଚ କିଆଁ?
ଡରୁଛୁ କି, ଦେଉ ନୁ କହି!
ଅଛି ପରା ତୋଠି ନିଆଁ,
ଡରେଇ କେମିତି ଦେବେ
ସେ ଶଳେ, ଅଙ୍ଗାରଗୁଡା!
ସୁରିଖିଆ ବାଉଁଶ କି ତୁ?
ନା ଶୁଖା ଭେଜରି କଁଟା!
ଆରେ, କଳ୍ପନାଜଳ୍ପନା ସବୁ
ଦେ ସେଆଡକୁ ଫିଙ୍ଗି
ଆଉ ଚାଲି ଆ ସିଧା।
ନାଇଁ ତ, ଆଉ କହ ନା।
ବଙ୍କାତେଢାକୁ ମିଶାଇ
ତିଆରି କରି ଦେ ଆଉ ଆଉ
ଫଳଫୁଲର ମହୁ ଆଣି
ଜୀବନକୁ ସରସ ସୁନ୍ଦର।
ଜନମ ଏଇଠି କରମ ଏଇଠି,
ଏଇଠି ବି ମରଣ, ଲାଭ ବା କଣ
ଗଣି ଗଣି ଗଲେ ଦିନ!
ଜାଣିଛି କିଏ କଣ ମାନେ ନାଇଁ
ରଖି ଥ ସାଇତି ତୁମର ସବୁ ଜ୍ଞାନ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
9/7/2019
This poem has not been translated into any other language yet.
I would like to translate this poem