ସର୍ବଦା ସବୁଠିAlways Everywhere Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସର୍ବଦା ସବୁଠିAlways Everywhere

1

ଗୋଟିଏ ପତ୍ର, ଗୋଟିଏ ଗୋଡି,
ଗୋଟିଏ ବାଡି, ଗୋଟିଏ ଚୂଡି,
କୋଉଟା ତୁମର ପସନ୍ଦ,
ଜଲଦି କହ।
ଯଦି ଇଚ୍ଛା ରହିଛି ସବୁକୁ,
ସେଇଟା ବି କହିପାର,
କିନ୍ତୁ ପାରିବ ନି ବିପଦକୁ ଏଡାଇ।
ଗୋଟିଏ ପାଦର ଚିତ୍ର
ଅଛି ମୋର କଳ୍ପନାରେ
ଯାହାକୁ ଧରି ମୁଁ
ଯାଉଛି ଆଗେଇ।
ପଚାରିପାର, ପାଦ କାହାର?
ମୁଁ ଯେ ଦେବି ଉତ୍ତର
ତୁମ ଇଚ୍ଛାନୁସାରେ
ପାରିବ ନି କହି।
କଣ କୋଉଠି କାହାକୁ
କେମିତି କହୁଛ
ଖବରକାଗଜ ବିକାଳୀ
ସବୁ ଜାଣି ବି ଚୁପ୍।
ବସିବା, ହସିବା, ରସିବା
ସବୁ ଅବଶ୍ୟ ଜଣା ସଭିଙ୍କୁ।
ଜାଣି ବି ଆପଣାର
ଚେର କାଟିବାକୁ
ଆମେ ତତ୍ପର।
ହେଇ ଦେଖ, ସିର୍ ସିର୍ ପବନରେ ବି
ଯାଉଛି ଉଡି ସେଇ ପତ୍ର।

2

ଝାଳ ରକ୍ତ ସମୟ
ଦେଇଛି ସବୁ।
ପାଇଛି
ବିରୋଧାଭାସ।

ସର୍ବଦା ସବୁଠି
ବିରୋଧରେ ଗତି।
କିଛି ନୁହଁ କାହାରି
ମନେ ରଖିବାର ଅଛି।

ସବୁ ସମୟ ସବୁ ରକ୍ତ
ସବୁ ଝାଳ ଆଉ ଆଉ
ସବୁକୁ ସଜାଡି ଗଲାବେଳେ
ପାଦ ଉଠୁଛି ପବନରେ।

ପବନ ଖେଳୁଛି
ମହାନନ୍ଦରେ ଭିତରେ ଭିତରେ,
ଆଉ ମୁଁ ଆଙ୍କି ଚାଲିଛି
ଗୋଟିଏ ଚୌକି,
ଏ ଯାଏ ଚୌକିକୁ
ଧରି ରଖି ପାରି ନାହାନ୍ତି କେହି
ନିଜର କରି।

Thursday, August 9, 2018
Topic(s) of this poem: life
POET'S NOTES ABOUT THE POEM
written inodia language. Odia is the official language of Odisha India
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success