ଗଛରୁ ଓହ୍ଲାଇ Climbing Down From The Tree Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଗଛରୁ ଓହ୍ଲାଇ Climbing Down From The Tree

Rating: 5.0

ଇଟାଲି ଆଉ କରୋନା
ଗଜାନନ ମିଶ୍ର

କିଛି ଗୋଟେ ଅଛି ନିଶ୍ଚୟ
ଇଟାଲି ଆଉ କରୋନା ଭିତରେ
ତାହାକୁ ତୁମେ କହିପାର ଯୋଉ ସଂପର୍କ।
ଆଉ ଉଭୟଙ୍କ ପାଇଁ ଆମେ ଏତେ ଚିନ୍ତିତ,
ଉଭୟେ ଜୋକର ନାଇଁ ତ
ଏ ହା ହା ହୁ ହୁ ରାଜ୍ୟରେ ଆମେ
ନ ଥାନ୍ତୁ ଏତେ ଚିନ୍ତିତ!
ଆମେ କୋଉ ଏକ?
ଆମ ଭିତରେ ଅଛି କି ଶକ୍ତି
ଯାହାକୁ କହିପାର ଶତ୍ରୁ ପ୍ରତିରୋଧକ!

ନାଇଁ ତ କିଆଁ ହଟଚମଟ ଏତେ!
ଆଉ ହଁ ଯଦି ଶୋଇଥାଅ ନିଶ୍ଚିନ୍ତ
ସକାଳହେଲେ ଉଠେଇ ଦେବି ଯେ
ଭୋଜି ଖାଇ ଯିବ ରାଜାଘର।
ପ୍ରେମ ନଗର ପାଖରେ ବସାଘର,
ତୃପ୍ତ ସମସ୍ତେ ରାଜା ଆଉ ପାରିଷଦ
ରାଜସ୍ୱ ବଢୁଛି ବେଶୀ ଝୋଲଖୋଲ ମଦ!
ମଦ ଆଉ ମାଇକିନା ସବୁରି ଗଦ!
ଚିନ୍ତା ସହିତ ଆଉ ନାଇଁ କିଛି ଭେଦ
ବଳି ବଳିଆ ଜାଲମଲିଆ ଘାରିଛି ସବୁ ନିଦ।

ଆରେ ରହ ରହ ଆସି ନି ଏ ଯାଏ
ଅସଲ ଦୃଶ୍ଯ ଅସଲ ପଦ।
ଏ ଟୁଏଣ୍ଟିରେ ଖାଲି ହେବ ସବୁ ଗାରଦ
ପଡିବ ଜଣା ହାଟପଦାରେ
ତୁମ ଭିତରୁ କେତେ ମରଦ
ଆଉ କେତେ ବାଳୁତ ଯୁବକ ବୃଦ୍ଧ।
ଯେତେ ଦେଖାଚାଲିଛି ଚାଲିଥାଉ
କାହାର କେତେ ଭାଉ!
ଟିକିଏ ରହ, ନେଉଳଟା
ଗଛରୁ ଓହ୍ଲାଉ!

ତପୋବନ, ଟିଟିଲାଗଡ, ବଲାଙ୍ଗୀର
17/03/2020

Monday, March 16, 2020
Topic(s) of this poem: life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success