ଦିନ ଆଉ ରାତି Day And Night Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଦିନ ଆଉ ରାତି Day And Night

Rating: 5.0

ଜାଣେ, ଏଠି
ଗଜାନନ ମିଶ୍ର

ଜାଣେ,
ଅଛନ୍ତି ଏଠି ଯେତେ।
ଆଉ ଜାଣେ
ଯୋଉମାନେ ନାହାନ୍ତି ବି।
ଅଛନ୍ତି ଆଉ ନାହାନ୍ତି,
ଏମାନଙ୍କ ଭିତରେ
ରଖି ନି ଫରକ ।

ଯେ କୌଣସି ଜାଗାରେ
ଯେ କୌଣସି ରୂପରେ
ଅଛନ୍ତି ଯୋଉ ଯୋଉମାନେ
ସଭିଙ୍କୁ ସ୍ୟାଲୁଟ।
ଆଉ ସମସ୍ତଙ୍କୁ ମୁଁ ରଖୁଛି ବାନ୍ଧି
ମୋରି କବିତାରେ ଶ୍ରଦ୍ଧାରେ।

ମାଟି ପାଣି ପବନ
ନିଆଁ ଆକାଶ
ଫେଣ୍ଟିଛି ସବୁକୁ
ମୋରି ବୁଦ୍ଧିରେ
ମନକୁମନ, କିନ୍ତୁ
ରଖି ନି ଅହଙ୍କାର ଟିକିଏ ।

ଆଉ ସମସ୍ତେ ସଳଖ
ସଂଯତ ଠିଆ ଏଠି
କବିତା ସାମ୍ନାରେ ।
କିଏ କଣ କହି କୁହାଇ
ଜାଣି ଜଣାଇ ନାଇଁ ଲାଭ ।
ଖୋଜିବା ଆଉ ପାଇବା,
ଯିବା ଆଉ ଫେରିବା ଭିତରର
ଫରକ ଉପରକୁ ଦିଶୁଥିଲେ ବି
ହୋଇ ସାରିଛି କୁହା
ସବୁ ଏକ।

ଆଉ ଯାହା ଜାଣିଛି
ଯେତେ, ସବୁକୁ
କରିଦେଇଛି ଗୋଳିଆ
ଏ ଆଲୋକ।
କହିଛି ସବୁ ଯୋଗ।

ଦିନ ଆଉ ରାତି
ସତ୍ୟ ସାକ୍ଷୀ ଉଭୟ।
ମୁଁ ମୋର ଜାଣେ
କୋଉଠି ବି ନାଇଁ
କିଛି ବି ଅଧିକ।
ଆଉ ଜାଣେ ତତ୍ତ୍ୱତଃ
ସବୁ ଦିବ୍ୟ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
24/4/2019 - କୋଲକାତା

ଦିନ ଆଉ ରାତି Day And Night
Wednesday, April 24, 2019
Topic(s) of this poem: life
POET'S NOTES ABOUT THE POEM
Written in odia language, odia is the official language of odisha india, it is about divine life.
COMMENTS OF THE POEM
Gajanan Mishra 24 April 2019

Love, the essence of everything

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success