ଛିନଛତ୍ର ଅନ୍ଧାର Disbursed Dark Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଛିନଛତ୍ର ଅନ୍ଧାର Disbursed Dark

Rating: 5.0

ଯେତେବେଳେ ମୁଁ କଲମ ଧରେଁ
ଗଜାନନ ମିଶ୍ର

ଭୁଲିଯାଏଁ
କାହାର ବାପା
କାହାର ପୁତ୍ର
କାହାର ଶଳା
କାହାର ସମୁଧି
କାହାର ଶଶୁର
ଆଉ ଆଉ କାହାର କଣ!

ଭୁଲିଯାଏଁ
ମିଛମାୟା
ପଚାସଢା
ପୋକଜୋକ
ଲୋଭଘୃଣା
କାମମଦ
ଆଉ ଚଲାଏଁ କଲମ
ସତ୍ୟ ପାଖକୁ।

ମନେରଖେଁ
ଆଉ ନିରେଖି ଦେଖେଁ
କେବଳ ଧ୍ରୁବକୁ।
ଆଣେ ନା ଗଣନାକୁ
ଛିଡା ହୁଏ ଯିଏ
ନିଜକୁ ନିଜେ
ଦିବାର କହି।

ଜାଣିପାରେଁ
କୋଉଠି ମୋ ଗାଡି
ଧକ୍କାରେ ହଲୁଛି
ଆଉ ମୁଁ ଜାଣେ
କଣ କେମିତି
କରିବାକୁ ହେବ ଏଠି,
ତୁମେ ଯିଏ ମନେ ମନେ
ଉଖୁଡା ଖାଉଛ
ରହିଥାଅ ସତର୍କ
ସବୁ ବାଟ ବନ୍ଦ ତୁମ ପାଇଁ
ଆଉ ମୋ ସର୍ଜିକାଲ ଷ୍ଟ୍ରାଇକରେ
ଛିନଛତ୍ର ସବୁ ଅନ୍ଧାର।

ତପୋବନ, ଟିଟିଲାଗଡ, ବଲାଙ୍ଗିର
22/10/2019

Monday, October 21, 2019
Topic(s) of this poem: pen,writings
POET'S NOTES ABOUT THE POEM
Our writings are to enlighten the men
COMMENTS OF THE POEM
Gajanan Mishra 21 October 2019

Pen - the symbol of truth and light

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success