ବର୍ଷା ଯୋଗୁଁ
ବର୍ଷା ଯୋଗୁଁ
ଛୁଟି ହେଲା ସ୍କୁଲ,
ବନ୍ୟାପାଣି ପରି
ପିଲାଏ ଖେପିଗଲେ
ସବୁଆଡେ ।
ରାସ୍ତାସାରା କାହାକୁ କିଏ
ଖୋଜୁଥିଲା ମନେ
ନ ଥିଲା କାହାର ।
ଅଥଚ ଯେ ଯାହାର
ପେଡିପୁଟୁଳା ବାନ୍ଧି
ଧାଇଁ ଯାଉଥିଲେ ଆକାଶମୁହାଁ ।
This poem has not been translated into any other language yet.
I would like to translate this poem