ବୃଥା ଶ୍ରମ
ଗଜାନନ ମିଶ୍ର
ଯାଉଛି ଯିଏ
ଯିବାକୁ ଦିଅ।
ନ ଗଲେ
କେମିତି କିଏ
ଆଉ ଆସିବ!
ଚିନ୍ତା କରି କି ଲାଭ?
ଲାଗି ରହେ ସଦା
ହାନିଲାଭ।
ଦୁଖସୁଖ ସବୁ
ତୁମରି ସଂଚିଲା ପଦାର୍ଥ।
ସାବଧାନ!
ସୁଗତି ଦୁର୍ଗତି
ତୁମର ଇ ଭିଆଣ
ଜାଣ ଆତ୍ମଜ୍ଞାନ।
ଏ ପଥ ଏମିତି
ସତ୍ୟ ସନାତନ
ଯିବା ଆସିବା ଭ୍ରମ
ବୃଥା ଶ୍ରମ।
ତପୋବନ, ଟିଟିଲାଗଡ, ବଲାଙ୍ଗୀର
31/12/2020
This poem has not been translated into any other language yet.
I would like to translate this poem