ଗୌରୀ ବୁଢୀମା
ଗଜାନନ ମିଶ୍ର
ଗୌରୀ ଆମର ବୁଢୀମା,
ବାହାରେ ଯେବେ ଘରୁ
ଥାଏ ହାତେ ଲମ୍ବର ଓଢଣା
ମୁହଁକୁ ମୁହଁ ଚାହିଁ
କେହି କଥା ହୋଇ ପାରେ ନା
ଯଦି କିଏ ଆଗତୁରା ହୁଏ
ସୁଧା ଖାଏ ଅଳପେଇସା କୋଉଠାର
କି ଲୋକ କେମିତିକା
ବହପ ଦେଖ ହେଉଛି କଥା
ମଲୁ ନି ଯାହା
ସେପଟକୁ ଯା ଯା
ଦି ହାତ ସେଆଡକୁ ଘୁଂଚି ଯା
ଲଗାଲଗି ଚାଲିବାକୁ
ଭାଆରି ମନ ଦେଖୁ ନା!
ବୁଢୀମା ସମୟରେ
ଥିଲା କି କରୋନା!
ବାହାରୁ ଆସିଲେ ଦେଖ ବୁଢୀକୁ
ହାତଗୋଡ ଥୋଉଥିବ ଯେ ଥୋଉଥିବ
ପଚାରିଲେ କହିବ
ଅନାର୍ଯଗୁଡାକ ସବୁ
ଛାଇ ପଡିଥିବ କେତେ
ପବନ ଆସି ପିଟିହେଇଥିବ ଦେହରେ
ରହ, କହିବି ଆଉ
କପଡା ବଦଳେଇସାରେଁ
ଅଇଲୋ ଏ ବିନର ମା
ବୋହୂକୁ ଡାକେ
ରଖିଦେଇଛି ବାହାରପିନ୍ଧା ଶାଢୀ
ଖାର ଦେଇ ଫୁଟେଇଦେବୁ
ହାଁ।
ତପୋବନ, ଟିଟିଲାଗଡ, ବଲାଙ୍ଗୀର
18/04/2021
This poem has not been translated into any other language yet.
I would like to translate this poem