ଏବେ ଏବେ ଏଠାରେ Here At This Time Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଏବେ ଏବେ ଏଠାରେ Here At This Time

ଅବୁଝା ନୂଆ ଅନ୍ଧାର
ଗଜାନନ ମିଶ୍ର

(ଅଗ୍ରଜ କବି ହର ପ୍ରସାଦ ଦାସଙ୍କୁ)

ଅବୁଝା ନୂଆ ଅନ୍ଧାର
ଏବେ ଏବେ ଏଠାରେ
ନା ପୂର୍ବରୁ ଥିଲା କେବେ
କେବେ କୋଉଠି
ଏମିତି ସେମିତି ଭାବରେ!

ଥିଲା ରାଜାରାଜୁଡାଙ୍କ ଭିତରେ?
ଥିଲା ଜନଗଣମନରେ?
ଥିଲା ଗୋଷ୍ଠୀ ଦଳ ବଳରେ?

ଆହା! କବିଙ୍କୁ
ରହିଲା ଅଜଣା!
ଆହା! କବିଏ
କଣ ବଣା!

କବି ବାଇ
ଏଠି ସେଠି
ଶବ୍ଦ ଛନ୍ଦ ପ୍ରତୀକ ଉପମାଠୁ
ଉର୍ଦ୍ଧ୍ବକୁ ଯାଇ!

ସତରେ ନା କଣ?
ଅସଂଖ୍ୟ ଅସଂଖ୍ୟ ଭିତରେ ଶୂନ୍ୟକୁ ଧରି
କବିଏ ବ୍ୟସ୍ତ
ଚକ୍ଚର କଟାରେ ଉତ୍ତାଳ ତରଙ୍ଗରେ।
କବିଏ ବ୍ୟସ୍ତ
କୋଉ ଆକାଶର କୋଉ ଇସାରାରେ!

କବିଏ
ସଂଧ୍ୟାତାରା ନା କୁଆଁତାରା
କାହା ପାଖରେ ବଂଧା?
ନା ଉଭୟତାରା କବିର!

କବି କେତୋଟି ହାତପାଦରେ
କଣ କରେ କୁଆଡେ ବୁଲେ
ପୁଣି ଜାବୁଡି ଧରେ
କୋଉ ସ୍ମୃତି କେତେବେଳେ!

କବିକୁ
କୌଣସି ରାସ୍ତା
କୋଉଠି ରଖେ ନା ବାନ୍ଧି
ପାରେ ନା ରଖି ଘଡିଏ।
ଦେଶ କାଳ ପାତ୍ରଠୁ
କବି ଉଠେ ଆଉ ଉଠେ
ପ୍ରତ୍ୟେକ ଗଳିକନ୍ଦିରୁ ବାହାରି।

ହସକାନ୍ଦର ଦୀପଶିଖା
ସେମିତି ଦପ୍ ଦପୋଉଥାଏ
ପ୍ରଚଣ୍ଡ ଝଡ ପବନରେ ।

ତପୋବନ, ଟିଟିଲାଗଡ, ବଲାଙ୍ଗୀର
06/02/2021

Saturday, February 6, 2021
Topic(s) of this poem: life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success