ସ୍ୱତନ୍ତ୍ର ପରିଚୟ
ଗଜାନନ ମିଶ୍ର
ନୂଆ କିଛି ହେଉଛି ଯଦି
ଆଉ କିଛି କ୍ଷତି ଭଳି ହେଉଛି ଯଦି ପୁରୁଣାର,
ଘାବରେଇ ଯାଅ ନି, ନୁହଁ ସେମିତି କିଛି।
ନୂଆ ସୂର୍ଯ୍ୟ ନୂଆ ଆଲୁଅ ନ ଦେବ
କେମିତି ସମ୍ଭବ!
ଥୟ ଧରି ଅଷେକ୍ଷା କର
ଆଗରେ ଯାହା କିଛି ହେବ
ଭଲ ହିଁ ହେବ
ମା ମାଟି ପାଇଁ।
ଆଗରେ ଜଳ ଜଳ ଦିଶିବ
ନିଜର ଇ ପ୍ରତିବିମ୍ବ
ଆଉ ପାରିବ ଜାଣି
ନିଜେ କିଏ ତୁମେ ଅଛି ଯୋଉଟା
ପୂର୍ବରୁ ତୁମର ସ୍ୱତନ୍ତ୍ର ପରିଚୟ!
ତପୋବନ, ଟିଟିଲାଗଡ, ବଲାଙ୍ଗିର
02/02/2020
This poem has not been translated into any other language yet.
I would like to translate this poem
Each land each language and each life has its special offer, let us know it by honour and with respect