ସତ୍ୟରେ In Truth Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସତ୍ୟରେ In Truth

Rating: 5.0

ଯାଉଛି ଦେଖିବାକୁ
ଗଜାନନ ମିଶ୍ର

କାହାକୁ ଆଉ ଦେଖିବି?
ଫୋନରେ କହିଥିଲେ
ହଇରେ, ଆସିଲୁ ନି ଥରେ,
ହାର୍ଟ ଅପରେସନ ହେଲା ମୋର,
ମରୁ ମରୁ ବଂଚିଛି ।
କହିଥିଲେ ଏମିତି,
ଦି ବର୍ଷ ତଳେ।

କ୍ଷମା କରି ପାରୁ ନି
ଏବେ ମୁଁ ମତେ,
ଯାଉଛି ଦେଖିବି ବୋଲି।
ହଁ, ଏବେ ଆଉ କଣ
ସେ ଦିଶିବେ?
ଦିଶିବେ ଜରୁର,
ଆଉ ସେ ଅଛନ୍ତି ବି
ମୋ ଭିତରେ
ମୋ କଳ୍ପନାରେ
ମୋ ସ୍ମୃତିରେ।
ସ୍ମୃତିରେ
କଣ କରୁଛନ୍ତି ସେ?
ଯିଏ ଖାଲି ଦେବାର
ଜାଣିଥାଏ ସେ
ଆଉ କଣ କରିଥାଏ କି!
କଣକୁ ଅପେକ୍ଷା କରିଥାଏ?
ଯାହାକୁ ଅପେକ୍ଷା କରିଥାଏ
ସେ କଣ ପାରେ ପହଂଚି,
ପାରେ ଯାଇ! !

ଯାଉଛି ଦେଖିବାକୁ
ନିଜ ଭିତରକୁ,
ଯାଉଛି ଶୁଣିବାକୁ
ଆରେ ଆଇଛି ରେ,
ଗଜାନନ ଆଇଛି,
ପିଢାପାଣି ଦିଅ,
ଏତେ ଦୂରରୁ ଆଇଛି
ଭଲ କରି ଚା ଟିକେ
ତିଆରି କରି ଆଣ,
ସେ ବାଡିଆଡର ପଛ ଘରେ
ପୋଖରୀ ହୁଡାର ଛୋଟିଆ ଗଛର
ପାଚିଲା ଆମ୍ବ ରଖାହେଇଛି
ଆଣ ଗୋଟେ, ଟିକେ ଚାଖୁ।
ଆଜି ମାଛ ଧରିବା
ଏ ପୋଖରୀରୁ, ବୁଝିଲ ବାବୁ
ଏଠାକାର ମାଛ ନା,
ବହୁତ ମିଠା,
ମାସେ ଭିତରେ ଏଡେ ଏଡେ!
ପୋଡ ଖଣ୍ଡେ ଆଣ,
ଭଦ୍ରକରୁ ଅଣାହେଇଛି,
ସେଇ ଦୋକାନର ପୋଡ ଖାଇବ,
ଏମିତି ଆଉ ପାଇବ ନି କାହିଁ!

ଯାଉଛି, ଆଖି ଲୁହ
ଗଡାଇ ଗଡାଇ,
ଯାଉଛି।
ଗଲେ ବି ଆଉ କଣ ଭେଟିବି?
ହଁ କାଇଁ ଭେଟିବି ନି!
ସେ କଣ ଯିବା ଲୋକ
ଆଉ କାହିଁ?

ମୁଁ ଟା ଅପଦାର୍ଥ
ଠିକ୍ ସମୟରେ
ଠିକ୍ ଜାଗାକୁ ପାରେ ନା ଯାଇ,
ଠିକ୍ ଲୋକକୁ ଠିକ୍ କଥା
ପାରେ ନା କହି,
ଠିକ୍ କାମ ଠିକ୍ କାମ
ପାରେ ନା କରି।

ଯାଉଛି ଦେଖି,
ମୋ ଭିତରେ ଅଛନ୍ତି ଯିଏ
ଆଉ ଥିବେ ବି ।
ଜାଣେ ମୁଁ ସବୁ ଆଶିଷ
ଦେବାକୁ ଅଛନ୍ତି ସିଏ,
ଶରୀରରେ ଥାଆନ୍ତୁ
କି ଅଶରୀରୀ ହୋଇଥାନ୍ତୁ
ଥିବାଟା ହିଁ ସତ୍ୟ,
ନ ଥିବାଟା ନୁହେଁ।

ଯାଉଛି, ଦି ବୁନ୍ଦା
ଲୁହ ଦେବାକୁ,
ଯାଉଛି, ନିଜ
ଭୁଲର ପ୍ରାୟଶ୍ଚିତ
କରିବାକୁ ଜାଣେ
ଯଦିଓ ହୋଇ ପାରିବ ନି
ପ୍ରାୟଶ୍ଚିତ ଆଉ।
ମାୟା ପ୍ରାୟଶ୍ଚିତ ସତ୍ୟ ସନାତନ
ପାଖରେ କରିବ କେମିତି?
ମାୟା ପାଖରେ ମାୟା କରିଥାନ୍ତା!
ମୁଁ ମାୟା, ଅଛି ମାୟାରେ।
ସେ ଏବେ ସତ୍ୟ, ଅଛନ୍ତି ସତ୍ୟରେ।

ଯାଉଛି,କାଳେ ଭେଟି
ହୋଇଯିବ ସତ୍ଯକୁ
ସେଠାରେ!

ତପୋବନ, ଟିଟିଲାଗଡ, ବଲାଙ୍ଗିର
24/2/2019
ଟ୍ରେନରେ, ଭୁବନେଶ୍ଵରରେ।

Tuesday, February 26, 2019
Topic(s) of this poem: life and death
POET'S NOTES ABOUT THE POEM
Written in odia language, odia is the official language of odisha india,it is about the death of social reformer Muralidhar Padhi of Markona, Balasore, Odisha, India.
COMMENTS OF THE POEM
Dr Dillip K Swain 26 February 2019

Probably this is my last comment dear elder brother! Nothing is there to fight...please write as usual! Hope you can understand what I mean to say! I request you to please neither praise nor blame me! Pray God for your peace and happiness!

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success